www.samajalive.in
Saturday, December 6, 2025
26.1 C
Bhubaneswar

ବେଆଇନ ମହୁଲ ସହ ମିନି ଟ୍ରକ ଜବତ: ୨ ଗିରଫ

ଦେବଗଡ଼ : ଚୋରା ଚାଲାଣ ବେଳେ ଦେବଗଡ ଅବକାରୀ ବିଭାଗ ଚଢଉ କରି ଏକ ମହୁଲ ବୋଝେଇ ଟ୍ରକକୁ ଜବତ କରିବା ସହ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଜିଲା ଅବକାରୀ ଅଧିକ୍ଷିକା ବାସନ୍ତୀପ୍ରଭା ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଇନ୍ସପେକ୍ଟର ମଧୁ ସୂଦନ ସାହୁ ଗତକାଲି ରାତ୍ରୀରୁ ରିଆମାଳ ଥାନାଂଚଳର କଂସର ଛକ ନିକଟରେ ସଦଳବଳେ ପ୍ୟାଟ୍ରୋଲିଂ କରୁଥିଲେ।

ଅସହ୍ୟ ତାତି ; ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ପାର୍


ତେବେ ଆଜି ପ୍ରତ୍ୟୁଷ ପ୍ରାୟ ୫ ଟା ସମୟରେ ଏକ ଟାଟା ମିନି ଟ୍ରକ ସନ୍ଦେହଜନକ ଭାବେ ଦ୍ରୁତ ଗତିରେ ଉକ୍ତ ରସ୍ତା ଦେଇ ଜମନକରିରା ଆଡକୁ ଯାଉଥିବା ଦେଖି ତାକୁ ଅଟକାଇ ଥିଲେ। ଯାଂଚ କରିବାରୁ ଉକ୍ତ ଟ୍ରକରେ ପ୍ରାୟ ୫୦ କୁଇଂଟାଲ ମହୁଲ ଥିବା ଏବଂ ଏବାବଦୀୟ କୌଣସି ବୈଧ କାଗଜପତ୍ର ନଥିବା ଜଣାପଡିଥିଲା। ଫଳରେ ଅବକାରୀ ବିଭାଗ କର୍ତୃପକ୍ଷ ଉକ୍ତ ମହୁଲ ବୋଝେଇ ଟ୍ରକଟିକୁ ଜବତ କରିବା ସହ ମହୁଲ ଚୋରା ଚାଲାଣକାରୀ ବରଘାଟ ଗ୍ରାମର ମଦନ ଜୟପୁରିଆ (୬୦) ଓ ଚାଳକ ଅନନ୍ତ ଜାମକିଆର (୫୮)କୁ ଗିରଫ କରି ଅବକାରୀ କାର୍ଯ୍ୟାଳୟକୁ ଆଣିବା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଜବତ ହୋଇଥିବା ମହୁଲର ବଜାର ମୂଲ୍ୟ ପ୍ରାୟ ଦେଢଲକ୍ଷ ଟଙ୍କା ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories