www.samajalive.in
Saturday, December 13, 2025
23.1 C
Bhubaneswar

ଘରେ ସୁନା ଓ ଚାନ୍ଦିର ମୂର୍ତ୍ତି ପୂଜା କରିବାର ମହତ୍ତ୍ବ

ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି ଯେ, ଘରେ ସୁନା ଓ ଚାନ୍ଦିର ଯେକୌଣସି ମୂର୍ତ୍ତି ରଖିବା ଉଚିତ। ଦୁଇଟି ଧାତୁର ନିଜ ନିଜର ଅଲଗା ମହତ୍ତ୍ବ ରହିଛି। ହିନ୍ଦୁ ଗ୍ରନ୍ଥରେ ଘରେ ସୁନା ଓ ଚାନ୍ଦିର ମୂର୍ତ୍ତି ରଖିବାର ମହତ୍ତ୍ବ ବିଷୟରେ ବର୍ଣ୍ଣନା କରାଯାଇଛି। ଘରେ ସୁନା ଓ ଚାନ୍ଦିର ମୂର୍ତ୍ତି ରଖିବା ଦ୍ବାରା ପରିବାର ସଦସ୍ୟଙ୍କର ଦୁର୍ବଳତା ଦୂର ହୋଇଥାଏ। ଏହାସହ ରୋଗ ଠାରୁ ମଧ୍ୟ ଦୂରରେ ରଖିଥାଆନ୍ତି। ସୁନାର ମୂର୍ତ୍ତି ବଜାରରେ ଅଧିକ ଦାମରେ ମିଳୁଥିବାରୁ ତାକୁ କେହି ଘରେ ରଖି ପାରନ୍ତି ନାହିଁ। ଚାନ୍ଦିର ମୂର୍ତ୍ତି ସମସ୍ତେ ଘରେ ରଖିବା ମହତ୍ତ୍ବପୂର୍ଣ୍ଣ ଅଟେ।

ସୁନା ଓ ଚାନ୍ଦିର ମୂର୍ତ୍ତି ପୂଜା କରିବା ନିମନ୍ତେ ଘରେ ରଖାଯାଇଥାଏ। ସୁନାର ମୂର୍ତ୍ତି କିଣି ପାରୁ ନଥିବା ବ୍ୟକ୍ତିମାନେ ଚାନ୍ଦିର ମୂର୍ତ୍ତି କିଣି ପୂଜା କରିପାରିବେ। ଏହି ଧାତୁର ମୂର୍ତ୍ତି ଘରେ ରଖି ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ପୂଜା କରିବା ଦ୍ବାରା ସମସ୍ତ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଓ ମଙ୍ଗଳକର ହୋଇଥାଏ। କୁହାଯାଇଛି ଯେ, ଚାନ୍ଦିର ବାସନରେ ଖାଦ୍ୟ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିବା ସହ ସମସ୍ତ ରୋଗରୁ ମୁକ୍ତି ମିଳିଥାଏ।

- Advertisement -

ହିନ୍ଦୁ ଧର୍ମରେ ଚାନ୍ଦି ଧାତୁକୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ କୁହାଯାଇଛି। କୁହାଯାଇଛି ଯେ, ଭଗବାନ ଶଙ୍କରଙ୍କ ନେତ୍ରରୁ ଚାନ୍ଦିର ଉତ୍ପନ୍ନ ହୋଇଛି। ଯେଉଁ ଘରେ ଚାନ୍ଦିର ବ୍ୟବହାର କରାଯାଇଥାଏ ସେଠାରେ ସର୍ବଦା ସୁଖଶାନ୍ତି ଓ ସମ୍ପନ୍ନତା ଆସିଥାଏ। ଚାନ୍ଦିର ସମ୍ବନ୍ଧ ଚନ୍ଦ୍ରମା ଓ ଶୁକ୍ର ଗ୍ରହ ସହ ରହିଛି। ଯେଉଁ ବ୍ୟକ୍ତିମାନଙ୍କ ଜାତକରେ ଶୁକ୍ର ଓ ଚନ୍ଦ୍ରମା ଦୁର୍ବଳ ରହିଥାଆନ୍ତି ସେମାନଙ୍କୁ ଚାନ୍ଦି ଧାରଣ କରିବାକୁ କୁହାଯାଇଥାଏ। ଚାନ୍ଦି ବ୍ୟବହାର କରିବା ଦ୍ବାରା ବ୍ୟକ୍ତିଙ୍କ ମନ ସୁଦୃଢ ଓ ସ୍ମୃତିଶକ୍ତି ବୃଦ୍ଧି ହୋଇଥାଏ।

 

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories