ଆଠଗଡ଼ : କଟକ ଜିଲା ଆଠଗଡ଼ ବ୍ଲକ ପାର୍ବତୀପୁର ଗାଁରେ ବାସି ଖାଦ୍ୟ ଖାଇ ୪୦ ରୁ ଅଧିକ ଶିଶୁ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଆଠଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ରବିବାର ପାର୍ବତୀପୁର ଗାଁରେ ରାତିରେ ଏକ ଦଶାହ ଭୋଜି ହୋଇଥିଲା। ଭୋଜିରେ କିଛି ଖାଦ୍ୟ ବଳି ପଡ଼ିଥିଲା। ଏହି ବାସି ଖାଦ୍ୟକୁ ସୋମବାର ପିଲାମାନେ ଖାଇଥିଲେ। ଖାଦ୍ୟ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡ଼ିଥିଲେ। ବାସି ଖାଦ୍ୟ ଯୋଗୁ ପିଲାମାନେ ଅସୁସ୍ଥ ହୋଇଥିବା ଡ଼ାକ୍ତର କହିଥିଲେ।
Popular Categories



