ମାଳିଯୁବାଙ୍ଗ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର

ଲାଞ୍ଜିଗଡ: ଆମ ଓଡିଶା ନବୀନ ଓଡ଼ିଶା ମାଧ୍ୟମରେ ସହର ଠାରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବିକାଶର ମଡେଲ୍ ଦେଖିବାକୁ ମିଳୁଛି। ଏନେଇ ବୁଧବାର ଦିନ ଲାଞ୍ଜିଗଡ଼ ବ୍ଲକ ଅର୍ନ୍ତଗତ ମାଳିଯୁବାଙ୍ଗ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସରପଞ୍ଚ ମମତା ମାଝୀଙ୍କ ଅଧ୍ୟକ୍ଷତାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଶିବାଜୀ ମାଝୀ ଯୋଗଦେଇଥିବାବେଲେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର,ଜୋନ-୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ପୂର୍ବତନ ବ୍ଲକ ଉପାଧକ୍ଷ ଜଗଦିଶ ବେନିଆଁ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ଏ.ଇ ସାଲକୁ ହେମ୍ରମ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ରୂପାନ୍ତରିତ କରଣ ବିଷୟରେ ମାର୍ଗଦର୍ଶନ କରିଥିଲେ।
prayash
ଏଥିରେ ଏପିଇଓ ସଂଜୀବ ପରିଡ଼ା, ଜିପିଇଓ ସରୋଜ ପ୍ରଧାନ, ସମାଜସେବୀ ହରିଶଙ୍କର ପାତ୍ର ସୁଧୁରି ନାଏକ ପ୍ରମୁଖ ମଞ୍ଚାସିନଥିଲେ। ଏପରିକି କାଳିଆ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା, ରେସନ କାର୍ଡ଼,ମମତା ଯୋଜନା ଓ ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ସହ ମିଶନ ଶକ୍ତି ମହିଳାଙ୍କ ପାଇଁ ବହୁ ବିକାଶ ମୂଳକ କାର୍ଯ୍ୟ ପ୍ରସ୍ତୁତ କରାଯାଇଥିବା ବେଲେ ଘରକୁ ଘର ପାନୀୟ ଜଳଯୋଗାଣ ର କିଛି ସମସ୍ୟା ରହିଛି ତାହା ଆଗାମୀ ଦିନରେ ସମସ୍ୟାଦୂର ହେବ ବୋଲି ଅତିଥି ମାନେ ନିଜ ଭାଷଣରେ ପ୍ରକାଶ କରିଛନ୍ତି। ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲ୍ ମାନ ଖୋଲାଯାଇ ରାଜ୍ୟସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକର ସଚେତନତା କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସମାଜିକ ଚାଲି ଚଳନ ଓ ସୁରକ୍ଷାକୁ ନେଇ ସଚେତନ ମୂଳକ ନାଟକ ଓ ନୃତ୍ୟ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଅର୍ଜୁନ ମାଳି ପରିଚାଳନା କରିଥିବାବେଳେ ଗ୍ରାମ ରୋଜଗାର ସେବକ ଫକୀର ବେହେରା ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମସ୍ତ ଗାଁସାଥି, ୱାର୍ଡ଼ ସଭ୍ୟ/ସଭ୍ୟା ଏମବିକେ,ସିଆରପିଙ୍କ ସମେତ ଗ୍ରାମ ପଞ୍ଚାୟତବାସୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Comments are closed.