www.samajalive.in
Sunday, December 7, 2025
14.1 C
Bhubaneswar

ହ୍ବାଟ୍ସଆପ୍‌ରେ ଆସୁଛି ନୂଆ ଫିଚର୍‌, କମ୍ୟୁନିଟିରେ ପିନ୍‌ କରିପାରିବେ ଇଭେଣ୍ଟ

ଡେସ୍କ: ମେଟାର ଇନ୍‌ଷ୍ଟାଣ୍ଟ ମଲ୍ଟିମିଡିଆ ମେସେଜିଙ୍ଗ୍‌ ଆପ୍‌ ହ୍ବାଟ୍ସଆପ୍‌ରେ ଏକ ବଡ଼ ଫିଚର୍ ଆସିବାକୁ ଯାଉଛି। ନୂଆ ଅପ୍‌ଡେଟ୍‌ ପରେ ହ୍ବାଟ୍ସଆପ୍ କମ୍ୟୁନିଟିରେ ପିନ୍‌ଡ ଇଭେଣ୍ଟ୍ସ ଫିଚର୍ ଉପଲବ୍ଧ ହେବ। ଏହି ଫିଚର ଆସିବା ପରେ ଆପଣ କମ୍ୟୁନିଟି ଗ୍ରୁପ୍‌ରେ କୌଣସି ଆଗାମୀ ଇଭେଣ୍ଟକୁ ପିନ୍ କରିପାରିବେ। ନୂତନ ଫିଚର୍‌ କୌଣସି ବିଶେଷ କାର୍ଯ୍ୟକ୍ରମ କିମ୍ବା ଉତ୍ସବ ପାଇଁ ରିମାଇଣ୍ଡର ଲଗାଇବାର ସୁବିଧା ମଧ୍ୟ ଦେବ। ହ୍ବାଟ୍ସଆପ୍‌ର ଏହି ନୂଆ ଫିଚର ଆଣ୍ଡ୍ରଏଡର ବିଟା ଭର୍ସନ ୨.୨୪.୩.୨୦ରେ ଦେଖିବାକୁ ମିଳିଛି। ନୂଆ ବିଟା ଭର୍ସନକୁ ଗୁଗଲ ପ୍ଲେ-ଷ୍ଟୋରରୁ ଡାଉନଲୋଡ୍‌ କରାଯାଇପାରିବ। Wabetainfo ନୂଆ ଫିଚର ସମ୍ବନ୍ଧୀୟ ସୂଚନା ଦେଇଛି।

ହ୍ବାଟ୍ସଆପ୍‌ର ଏହି ନୂଆ ଫିଚର୍‌ର ସବୁଠୁ ବଡ ସୁବିଧା ହେଉଛି, କମ୍ୟୁନିଟିର ସମସ୍ତ ସଦସ୍ୟ କୌଣସି ଇଭେଣ୍ଟକୁ ହାତଛଡ଼ା କରିବେ ନାହିଁ। ପିନ୍ କରିବା ପରେ କାର୍ଯ୍ୟକ୍ରମର ସୂଚନା ଆପ୍‌ର ଶୀର୍ଷରେ ଦୃଶ୍ୟମାନ ହେବ। ବିଶେଷ କଥା ହେଉଛି, କମ୍ୟୁନିଟିର ଆଡ୍‌ମିନ୍‌ଙ୍କୁ କୌଣସି ଇଭେଣ୍ଟ ବିଷୟରେ ପିନ୍ କରିବାକୁ ପଡ଼ିବ ନାହିଁ। ଇଭେଣ୍ଟ ସୃଷ୍ଟି କରିବା ପରେ ଏହା ଡିଫଲ୍ଟ ଭାବରେ ପିନ୍ ହୋଇ କମ୍ୟୁନିଟିର ଶୀର୍ଷରେ ଦେଖାଯିବ।

- Advertisement -

 

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories