www.samajalive.in
Monday, December 15, 2025
27.1 C
Bhubaneswar

ଏଣିକି ହ୍ବାଟ୍ସଆପ୍‌ରେ ପୁନର୍ବାର ଶେୟାର କରିପାରିବେ ଷ୍ଟାଟସ୍, ଜାଣନ୍ତୁ କେମିତି କାମ କରିବ ଏହି ଫିଚର

ସମାଜ ଡିଜିଟାଲ ଡେସ୍କ: ଖୁବଶୀଘ୍ର ଆସିବାକୁ ଯାଉଛି ହ୍ବାଟ୍ସଆପ୍‌ର ଏକ ନୂଆ ଫିଚର।  ଏହି ନୂଆ ଫିଚର ଉପରେ ଏବେ କାମ ଚାଲିଥିବା ଜଣାପଡ଼ିଛି। ହ୍ବାଟ୍ସଆପ୍ ଷ୍ଟାଟସ୍‌ ରି-ଶେୟାର ନାମରେ ଏହି ଫିଚର ଆସୁଛି। ଯେମିତିକି ନାଁରୁ ଜଣାପଡ଼ିଯାଉଛି, ଏହି ଅପ୍‌ଡେଟ୍‌ ପରେ ହ୍ବାଟ୍ସଆପ୍‌ ବ୍ୟବହାରକାରୀ ନିଜ ଷ୍ଟାଟସ୍‌କୁ ପୁନର୍ବାର ଶେୟାର କରିପାରିବେ। WABetaInfo ରିପୋର୍ଟ ଅନୁଯାୟୀ, ପୂର୍ବରୁ ଏଭଳି ଫିଚର ଇନ୍‌ଷ୍ଟାଗ୍ରାମରେ ରହିଛି, ଯାହା ଏବେ ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ। ଖୁବଶୀଘ୍ର ଭାରତୀୟ ୟୁଜରଙ୍କ ପାଇଁ ଉପଲବ୍ଧ ହେବ ଏହି ଫିଚର। ବର୍ତ୍ତମାନ ଏହା ଟେଷ୍ଟିଂ ମୋଡ୍‌ରେ ଅଛି। ତେବେ ଖୁବଶୀଘ୍ର ହ୍ବାଟ୍ସଆପ୍ ବ୍ୟବହାରକାରୀ ନିଜ ଫଟୋ ଓ ଭିଡିଓକୁ ଷ୍ଟାଟସରେ ପୁନର୍ବାର ଶେୟାର କରିପାରିବେ।

ହ୍ବାଟ୍ସଆପ୍‌ର ଏହି ଆଗାମୀ ଫିଚର ବିଟା ଭର୍ସନ ଅପଡେଟ୍‌ରେ ଦେଖିବାକୁ ମିଳିଛି। ହ୍ବାଟ୍ସଆପ୍‌ ଆଣ୍ଡ୍ରଏଡ୍‌ ବିଟା ଭର୍ସନ ୨.୨୪.୧.୬.୪ରେ ଷ୍ଟାଟସ୍‌ ରିଶେୟାରିଂ ଫିଚର ବିଷୟରେ ସୂଚନା ରହିଛି, ଯାହା ମୁତାବକ ହ୍ବାଟ୍ସଆପ୍‌ ଷ୍ଟାଟସ୍‌କୁ ପୁନର୍ବାର ଶେୟାର କରିବା ପାଇଁ ଏକ ସର୍ଟକଟ୍‌ ବଟନ୍‌ ଦିଆଯିବ। ୟୁଜର ଷ୍ଟାଟସ୍‌କୁ ପୁନର୍ବାର ଶେୟାର କରିବାବେଳେ ସେଥିରେ କ୍ୟାପ୍ସନ ମଧ୍ୟ ଲେଖିପାରିବେ। ଏଥିସହ ଇମୋଜି ଲଗାଇବାର ଅପ୍ସନ ମଧ୍ୟ ଦିଆଯିବ। ବର୍ତ୍ତମାନ ସମୟରେ ହ୍ବାଟ୍ସଆପ୍‌ ଷ୍ଟାଟସ୍‌କୁ ପୁନର୍ବାର ଶେୟାର କରିବାକୁ ହେଲେ ଆପଣଙ୍କୁ ଏହାର ସ୍କ୍ରିନସଟ୍ ନେବାକୁ ପଡ଼ୁଛି। ଏଥିସହ ପୁନର୍ବାର ଅପଲୋଡ୍ କରିବାକୁ ପଡ଼ୁଛି। କିନ୍ତୁ ଶୀଘ୍ର ଏହି ସମସ୍ୟାରୁ ମୁକ୍ତି ମିଳିବ।

- Advertisement -

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories