ବାସ୍ ଗୋଟିଏ କ୍ଲିକ୍ରେ ପଢିପାରିବେ ସବୁ ମେସେଜ୍, ଆସୁଛି ନୂଆ ଅପ୍ଡେଟ୍
ସମାଜ ଡିଜିଟାଲ ଡେସ୍କ: ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଭଲ ଖବର। ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ଏକ ନୂଆ ସର୍ଟକଟ୍ ଫିଚର ଉପରେ କାମ କରୁଛି ହ୍ବାଟ୍ସଆପ୍, ଯାହା ଆସିବା ପରେ ବାସ୍ ଗୋଟିଏ କ୍ଲିକ୍ରେ ପଢିହେବ ସବୁ ମେସେଜ୍।
WABetaInfoର ରିପୋର୍ଟ ମୁତାବକ, ଏବେ ହ୍ବାଟ୍ସଆପ୍ର ଏହି ନୂଆ ଫିଚର ପରୀକ୍ଷଣ କରାଯାଉଛି। ନୂଆ ଫିଚରକୁ ହ୍ବାଟ୍ସଆପ୍ର ଆଣ୍ଡ୍ରଏଡ୍ ବିଟା ଭର୍ସନ ୨.୨୪.୧୮.୧୧ରେ ଦେଖିବାକୁ ମିଳିବ। ନୂଆ ଅପ୍ଡେଟ୍ ପରେ ସମସ୍ତ ମେସେଜ୍ ଏକାଠି ପଢିବାର ବିକଳ୍ପ ପାଇବେ ୟୁଜର।
ନୂଆ ଫିଚରର ଏକ ସ୍କ୍ରିନ୍ସଟ୍ ମଧ୍ୟ ସାମ୍ନାକୁ ଆସିଛି। ସ୍କ୍ରିନ୍ସଟ୍ ମୁତାବକ, ନୂଆ ଫିଚର ପାଇଁ ଆପ୍ର ଉପର କୋଣରେ ଏକ ସ୍ୱତନ୍ତ୍ର ବଟନ୍ ଉପଲବ୍ଧ ହେବ। ତେବେ ଏଠାରେ କହୁରଖୁଛୁ ଯେ, mark all messages read ଅପ୍ସନ ପୂର୍ବରୁ ହ୍ବାଟ୍ସଆପ୍ରେ ଅଛି, କିନ୍ତୁ ଏଥିରେ ଅନେକ ସୋପାନ ଅନୁସରଣ କରିବାକୁ ପଡ଼େ।
WABetaInfo ନିଜ ରିପୋର୍ଟରେ କହିଛି ଯେ, ଏବେ ଏହି ଫିଚର ସେହି ବିଟା ୟୁଜରଙ୍କ ପାଇଁ ଉପଲବ୍ଧ ନାହିଁ, ଯେଉଁମାନେ ଗୁଗଲ୍ ପ୍ଲେ ଷ୍ଟୋର ମାଧ୍ୟମରେ ବିଟା ପଞ୍ଜିକୃତ ହୋଇଛନ୍ତି। ଏଭଳି ସ୍ଥିତିରେ ଏହାର ପବ୍ଲିକ୍ ଅପ୍ଡେଟ୍ କେବେ ରିଲିଜ୍ ହେବ ତାହା କହିବା କଷ୍ଟକର।
Comments are closed.