www.samajalive.in
Monday, December 15, 2025
24.1 C
Bhubaneswar

ଅବକାରୀ ଚଢାଉ: ୩୫୦୦ଲିଟର ପୋଚ ନଷ୍ଟ, ୨୧୦ଲିଟର ମଦ ଜବତ

ଗୁରୁଡିଝାଟିଆ: ଡାଳୁଆ ନିକଟବର୍ତ୍ତି ଜଙ୍ଗଲ ଭିତରେ ଥିବା ଚୋରା ଦଶୀମଦ ଭାଟି ଉପରେ ଅବକାରୀ ଚଢାଉ କରାଯାଇଛି। ଏହି ଚଢାଉରେ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ୩୫୦୦ଲିଟର ପୋଚକୁ ନଷ୍ଟ କରାଯିବା ସହ ପ୍ରସ୍ତୁତ ହୋଇଥିବା ୨୧୦ଲିଟର ଚୋରା ଦେଶୀମଦ ଜବତ କରାଯାଇଛି। ଏଥିସହିତ ଚୋରାମଦ ବୋହୁଥିବା ଏକ ବାଇକକୁ ମଧ୍ୟ ଜବତ କରାଯାଇଛି।

ଆଜି ଜିଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଉପଖଣ୍ଡ ଅବକାରୀ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ଅବକାରୀ ନିରୀକ୍ଷକ ହେମନ୍ତ ମହାନନ୍ଦିଆ, ଅଭିରାମ ସାହୁ, ଉପନିରୀକ୍ଷକ ଅରୁଣ ଭୋଇ, ସୌମ୍ୟରଞ୍ଜନ ମାଝି ଓ ଦୁଃଖିଶ୍ୟାମ ଟୁଡୁ ପ୍ରମୁଖ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ସଂରକ୍ଷିତ ଜଙ୍ଗଲ ଭାଟି ଉପରେ ଚଢାଉ କରିଥିଲେ।

- Advertisement -

ଉଲ୍ଲେଖଯୋଗ୍ୟ ଯେ ବିଭାଗ ପକ୍ଷରୁ ମାସକୁ ୪/୫ ଥର ଚଢାଉ କରାଯାଇ ପୋଚନଷ୍ଟ କରାଯାଇ ମଦ ମଧ ଜବତ କରାଯାଉଛି। ହେଲେ ଏହାର ମୂଳୋତ୍ପାଟନ ହୋଇପାରୁନାହିଁ। ବିଭାଗର ଏହି ପାରିବା ପଣିଆକୁ ନେଇ ସାଧାଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ଅସାଧୁ କର୍ମଚାରୀଙ୍କ ଢୋଲ ଭିତରେ ମୂଷା ଆଚରଣ ପାଇଁ ଚୋରା ଦେଶୀମଦ ଭାଟି ବନ୍ଦ ହୋଇପାରୁନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏଥିପ୍ରତି ଅବକାରୀ ବିଭାଗର ବରିଷ୍ଠ କର୍ମକର୍ତ୍ତା ସ୍ୱତନ୍ତ୍ର ଦୃଷ୍ଟିଦେବା ଏକାନ୍ତ ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories