କେନ୍ଦ୍ରାପଡ଼ା : ସରକାରଙ୍କ ସମସ୍ତ ଯୋଜନା କିଭଳି ଅସହାୟ ଓ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ ତାହା ଜିଲା ପ୍ରଶାସନର ପ୍ରାଥମିକତା ହେବ ବୋଲି ନଵନିଯୁକ୍ତ ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି ।କେନ୍ଦ୍ରାପଡ଼ାର ନୂତନ ଜିଲାପାଳଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୂର୍ଯ୍ୟବଂଶୀ ମୟୂର ବିକାଶ। ଆଜି ସକାଳେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କୁ ଦର୍ଶନ କରିବା ପରେ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲା ବିଭିନ୍ନ କ୍ଷେତ୍ରରେ ରାଜ୍ୟରେ ଅଗ୍ରଣୀ ରହିଛି। ଜିଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯିବ। ଜିଲାର ଅବହେଳିତ ବର୍ଗଙ୍କ ନିକଟରେ ପହଞ୍ଚି ସେମାନଙ୍କୁ କିଭଳି ସରକାରଙ୍କ ସମସ୍ତ ଯୋଜନାରେ ସାମିଲ କରାଯିବ ସେନେଇ ପ୍ରଶାସନ ଦକ୍ଷତାର ସହ କାର୍ଯ୍ୟକରିବ ବୋଲି ସେ କହିଛନ୍ତି।



