www.samajalive.in
Thursday, December 11, 2025
27.1 C
Bhubaneswar

ସଜେଇ ହେଉଛି ସମ୍ବଲପୁର ରେଳ ଷ୍ଟେସନ

ସମ୍ବଲପୁର: ଆସନ୍ତ ୩ ତାରିଖ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସୁଥିବାରୁ ବିଭିନ୍ନ କେନ୍ଦ୍ରୀୟ ବିଭାଗ ଓ ବିଜେପି ଦଳ ପକ୍ଷରୁ ବ୍ୟାପକ ପ୍ରାକ ପ୍ରସ୍ତୁତି ଜାରି ରହିଛି। ଶନିବାର ଦିନ ପ୍ରଧାମମନ୍ତ୍ରୀ ମୋଦୀ ସମ୍ବଲପୁରର ଉପକଣ୍ଠସ୍ଥ ବସନ୍ତପୁର ଠାରେ ନିର୍ମିତ ଆଇଆଇଏମର ନୂତନ କୋଠାକୁ ଲୋକାର୍ପଣ କରିବେ। ଏଥି ସହ ରେଳବାଇ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକର ଶୁଭ ଓ ଲୋକାର୍ପଣ ସମ୍ବଲପୁର ଠାରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ବୋଲି ଜଣାପଡୁଛି।

ଏହି କ୍ରମରେ ସମ୍ବଲପୁର ରେଳ ଷ୍ଟେସନକୁ ମଧ୍ୟ ନୂତନ ରୂପ ଦିଆଯାଉଛି। ସମ୍ବଲପୁର ଷ୍ଟେସନକୁ ରଙ୍ଗୀନ ଆଲୋକ ସହିତ ନୂତନ ରଙ୍ଗ କରିବା ସହିତ ସ୍ଥାନୀୟ ସଂସ୍କୃତିକୁ ପ୍ରଧାନ୍ୟ ଦେଇ ସମ୍ବଲପୁରୀ ସଂସ୍କୃତିର ପ୍ରତିଫଳିତ କରିବାକୁ ଚେଷ୍ଟା କରାଯାଉଛି।

- Advertisement -

ସୁତ୍ରରୁ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ ସମ୍ବଲପୁରକୁ ଏକ ଦିବସୀୟ ଗସ୍ତ ସମୟରେ ଆଇଆଇଏମର ନୂତନ କୋଠା ଲୋକାର୍ପଣ ସହିତ ସ୍ଥାନୀୟ ରେମେଡ ଠାରେ ଲକ୍ଷାଧିକ ଜନତାଙ୍କୁ ‘ବିଶଳା ଗ୍ୟାରେଣ୍ଟି ସମାବେଶ’ କୁ ଉଦବୋଧନ ଦେବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରେଳବାଇ, କୋଇଲା, ପରିବହନ ଆଦି ହଜାର ହଜାର କୋଟି ଟଙ୍କାର ନୂତନ ପ୍ରକଳ୍ପ ଗୁଡିକର ଲୋକାର୍ପଣ ଏବଂ ଶୁଭ ଦେବେ ବୋଲି ଜଣାପଡିଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories