www.samajalive.in
Tuesday, December 9, 2025
16.1 C
Bhubaneswar

ନ’ଅଙ୍କ ଦୁର୍ଭିକ୍ଷ ପୁସ୍ତକର ସଂପାଦକଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଶଂସା

ପିପିଲି:ଅଗ୍ରଣୀ ନାଗରିକ ସଂଗଠନ ‘ପିପିଲି ସାଂସ୍କୃତିକ ପରିଷଦ’ ଦ୍ୱାରା ନ’ଅଙ୍କ ଦୁର୍ଭିକ୍ଷ ଉପରେ ପ୍ରକାଶିତ ଇଂରାଜୀ ପୁସ୍ତକ ‘ଦି ଗ୍ରେଟ୍‍ ଓଡିଶା ଫ୍ୟାମିନି ୧୮୬୬ : ନ’ଅଙ୍କ ଦୁର୍ଭିକ୍ଷ’ ର ସଂପାଦକ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ରଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୂୟସି ପ୍ରଶଂସା କରିଛନ୍ତି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀପ୍ରଧାନ ଟୁଇଟ୍‍ କରି ଲେଖିଛନ୍ତି ଯେ, ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ସଂପାଦିତ ଏହି ପୁସ୍ତକଟି ସଂପ୍ରତି ନ’ଅଙ୍କର ବିଭିଷିକା ଉପରେ ଏକ ଗବେଷଣାତ୍ମକ ପୁସ୍ତକ ଅଟେ। ଉନ୍ନବିଂଶ ଶତାବ୍ଦୀରେ ପୂର୍ବ ଭାରତରେ ଘଟିଥିବା ଖାଦ୍ୟାଭାବ ଓ ପରେ ପରେ ସେଥିରୁ ମିଳିଥିବା ଶିକ୍ଷା ଓ ଓଡିଶାର ପ୍ରଗତି କାର୍ଯ୍ୟଧାରା ଉପରେ ଏକ ସଂକ୍ଷିପ୍ତ ବିବରଣୀ ଏହି ପୁସ୍ତକରେ ପ୍ରଦାନ କରାଯାଇଛି। ନ’ଅଙ୍କ ଦୁର୍ଭିକ୍ଷ ସମୟରେ ରାଜ୍ୟର ନାଗରିକ ସଂଗଠନ ଓ ସମସ୍ତ ଭାଗିଦାର ମାନଙ୍କର ଭୂମିକା ଏବଂ ମାନବିକ ଦୁଃଖକୁ ପୁସ୍ତକରେ ନିଚ୍ଛକ ଭାବେ ଉପସ୍ଥାପନ କରିଥିବାରୁ ଏହାର ସଂପାଦକ ଶ୍ରୀମହାପାତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ୍‍ କରି ସାଧୁବାଦ ଜଣାଇଛନ୍ତି।

- Advertisement -

ଏଠାରେ ସୂଚନା ଥାଉକି, ଗତ ୨୮ ତାରିଖ ଦିନ ପିପିଲି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପିପିଲି ସାଂସ୍କୃତିକ ପରିଷଦର ମୁଖ୍ୟ ଉପଦେଷ୍ଠା ତଥା ଅବସରପ୍ରାପ୍ତ ଲେଫ୍‍ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଓ ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର ନ’ଅଙ୍କ ଦୁର୍ଭିକ୍ଷ ପୁସ୍ତକକୁ ପ୍ରଦାନ କରିଥିଲେ। ଉକ୍ତ ପୁସ୍ତକରେ ନ’ଅଙ୍କ ଦୁର୍ଭିକ୍ଷର କରାଳ ଚିତ୍ର, ପରିସ୍ଥିତିକୁ ସମ୍ଭାଳିବାରେ ବ୍ରିଟିଶ ଶାସକଙ୍କ ଅବହେଳା, ବ୍ରିଟିଶ ସରକାରଙ୍କ ଦ୍ୱାରା ଉପସ୍ଥାପିତ ଫ୍ୟାମିନି (ଦୁର୍ଭିକ୍ଷ) କମିଶନ ରିପୋର୍ଟ, ଏଭଳି ଦୁଃଖଦ ପରିସ୍ଥିତିରୁ ଓଡିଶାକୁ ମିଳିଥିବା ଶିକ୍ଷା ଏବଂ ଭବିଷ୍ୟତରେ ଏଭଳି ପରିସ୍ଥିତିକୁ ସଫଳ ମୁକାବିଲା କରିବା ପାଇଁ ଆବଶ୍ୟକ ଯୋଜନା ଓ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories