କଳାପଥର(ବାଙ୍କୀ) :କଳାପଥର ଧଳାପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୁଲ୍ୟରେ ତଥା ଓଡ଼ିଶା ସରକାରଙ୍କ ନୂଆ-ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସୁନନ୍ଦ କୁମାର ଛାଟୋଇ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ତଥା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡକ୍ଟର ବୈରାଗୀ ଚରଣ ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ସମବାୟବିତ ତଥା କବି ରବିନାରାୟଣ ମଙ୍ଗରାଜ, ସନମାନୀତ ଅତିଥି ବାଙ୍କୀ ଅତିରିକ୍ତ ତହସିଲଦାର ସୋନମ ପ୍ରିୟଦର୍ଶିନୀ ଯୋଗଦାନ କରି ଜଗନ୍ନାଥ ସଂସ୍କୃତି ଓ ଭାଷା ସାହିତ୍ୟ ଉପରେ ଆଲୋକପାତ କରିଥିଲେ ।
ଶ୍ରୀ ଜଗନ୍ନାଥ ହେଉଛନ୍ତି ବିଶ୍ୱର ଦେବତା ଭାବେ ଡକ୍ଟର ପଟ୍ଟନାୟକ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପିକା ତୃପ୍ତି ମହାପାତ୍ର ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତାରେ କୃତିଛାତ୍ରୀମାନଙ୍କୁ ମୁଖ୍ୟଅତିଥି ଓ ସାନମାନିତ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ସଚ୍ଚିଦାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମୁକେଶ କୁମାର ସାହୁ ଓ ଅଧ୍ୟାପିକା ମୋସୁମୀ ପଟେଲ ଙ୍କ ପରିଚାଳନା ରେ ନାଟ୍ୟ ନିର୍ଦେଶକ ଧ୍ରୁବ ଚରଣ ମହାପାତ୍ର ସଂଗୀତଙ୍ଗ ପ୍ରାଣକୃଷ୍ଣ ମହାରଣା ନିର୍ଦେଶ ନାରେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Comments are closed.