www.samajalive.in
Monday, December 15, 2025
24.1 C
Bhubaneswar

ମୁହଁରେ କଳାପଟି ବାନ୍ଧି ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କୁ ଲୋୟର ପିଏମଜିରେ ଆନ୍ଦୋଳନ କରିବାକୁ ଅନୁମତି ନଳିବାରୁ ମୁହଁରେ କଳାପଟି ବାନ୍ଧି ଆନ୍ଦୋଳନ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଅନୁମତି ନଦେଇଥିବାରୁ ସଂଘ ପକ୍ଷରୁ କମିଶନରେଟ ପୋଲିସକୁ ତୀବ୍ର ସମାଲୋଚନା ଓ ନିନ୍ଦା କରାଯାଇଛି । ସମସ୍ତ ନାଗରିକଙ୍କ ଆନ୍ଦୋଳନ କରିବା ପାଇଁ ସାମ୍ବିଧାନିକ ଅଧିକାର ରହିଥିବା ବେଳେ ପ୍ରାଥମିକ ଶିକ୍ଷକ ମାନଙ୍କୁ କାହିଁକି ଅନୁମତି ଦିଆଯାଉନାହିଁ । ଏହା ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି ସଂଘ କହିଛି ।

ଦାବି ପୂରଣ ପାଇଁ ଏକ ଅଭିନବ ଉପାୟରେ ପାଟିରେ କଳାପଟି ବାନ୍ଧି ଶାନ୍ତିପୂର୍ଣ୍ଣ ଭାବରେ ଲୋୟର ପିଏମଜିରେ ବହୁ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ମାନେ ଏକାଠି ହୋଇଥିଲେ । ଅନେକ ଥର ଆନ୍ଦୋଳନ କରିବା ସତ୍ୱେ ସରକାର ସେମାନଙ୍କ ଦାବି ପୂରଣ କରିନଥିବା ଅଭିଯୋଗ ହୋଇଛି । ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ । ସବୁ ବିଭାଗରୁ ଠିକା ନିଯୁକ୍ତି ଉଠିଥିଲା ବେଳେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଠିଲା ନାହିଁ କିମ୍ବା ୨୦୧୮ରୁ ୨୦୨୩ ମଧ୍ୟରେ ନିଯୁକ୍ତି ହୋଇଥିବା କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରାଗଲା ନାହିଁ । ଉଚ୍ଚ ନ୍ୟାୟାଳୟ ସମାନ କାମକୁ ସମାନ ଦରମା ଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁନାହାଁନ୍ତି ବୋଲି ଶିକ୍ଷକ ସଂଘ ଅଭିଯୋଗ କରିଛି । ଏଭଳି ଅନେକ ଦାବି ପ୍ରାଥମିକ ଶିକ୍ଷକ ସଂଘ ସରକାରଙ୍କ ନିକଟରେ ରଖିଛି । ତୁରନ୍ତ ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘର ସଭାପତି କହିଛନ୍ତି ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories