www.samajalive.in
Sunday, December 7, 2025
14.1 C
Bhubaneswar

ଏହି ଗ୍ରହରେ ବୈଜ୍ଞାନିକଙ୍କୁ ମିଳିଲା ଜଳର ସନ୍ଧାନ…

ନୂଆଦିଲ୍ଲୀ : ବୈଜ୍ଞାନିକମାନେ ପୃଥିବୀଠାରୁ ଦୂରରେ ଅବସ୍ଥିତ ଥିବା ଏକ ଗ୍ରହରେ ଜଳର ସନ୍ଧାନ କରିଛନ୍ତି। ହବଲ୍  ସ୍ପେସ୍ ଟେଲିସ୍କୋପ୍ ବ୍ୟବହାର କରି ଜ୍ୟୋତିର୍ବିଜ୍ଞାନୀମାନେ ପୃଥିବୀଠାରୁ ୯୭ ଆଲୋକ ବର୍ଷ ଦୂରରେ ଏକ ଛୋଟ, ଜ୍ୱଳନ୍ତ ଗରମ ଏକ୍ସପ୍ଲାନେଟ୍ ବାୟୁମଣ୍ଡଳରେ ଜଳ ଅଣୁଗୁଡିକୁ ଚିହ୍ନଟ କରିଛନ୍ତି। ତେବେ ଏହି ଗ୍ରହର ନାମ GJ 9827d ରହିଛି। ଏହି ଗ୍ରହଟିର ଆକାରରେ ପୃଥିବୀର ଦୁଇ ଗୁଣ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହା ସବୁଠାରୁ ଛୋଟ ଏକ୍ସପ୍ଲାନେଟ୍। ଯାହାର ବାୟୁମଣ୍ଡଳରେ ପାଣିର ବାଷ୍ପ ସନ୍ଧାନ କରାଯାଇଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ବୈଜ୍ଞାନିକମାନେ ଆହୁରି ମଧ୍ୟ କହିଛନ୍ତି ଯେ 9827Dର ଚାରିପାଖରେ ଜଳ ରହିଥିବା ଆଶା କରାଯାଉଛି। ଶୁକ୍ର ଗ୍ରହ ଯେମିତି ଗରମ , ସେହିଭଳି ଏହି ଗ୍ରହର ତାପମାତ୍ରା ୮୦୦ ଡିଗ୍ରୀ ଫାରେନହାଇଟ୍ ଅର୍ଥାତ୍ ୪୨୬ ଡିଗ୍ରୀ ସେଲସିୟସ୍। ଯେଉଁ କାରଣରୁ ଏଠାରେ ଜଳ ବାଷ୍ପ ଚିହ୍ନଟ ହୋଇଛି। ଜର୍ମାନୀର ହିଡେନବର୍ଗର ମ୍ୟାକ୍ସ ପ୍ଲାନ୍କ ଇନଷ୍ଟିଚ୍ୟୁଟ୍ ଫର ଜ୍ୟୋତିର୍ବିଜ୍ଞାନର ସହ-ମୁଖ୍ୟ ଅନୁସନ୍ଧାନକାରୀ ଲୌରା ଫ୍ରେଣ୍ଡବର୍ଗଙ୍କ କହିବା ଅନୁଯାୟୀ ଏତେ ଛୋଟ ଗ୍ରହରେ ଜଳର ସନ୍ଧାନ ମିଳିବା ଏକ ଐତିହାସିକ ଆବିଷ୍କାର। ଯାହା ବାସ୍ତବରେ ଆମକୁ ପୃଥିବୀ ଭଳି ଦୁନିଆକୁ ଚିତ୍ରିତ କରିବା ପାଇଁ ପୂର୍ବ ଅପେକ୍ଷା ନିକଟତର କରିଥାଏ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories