www.samajalive.in
Monday, December 15, 2025
17.1 C
Bhubaneswar

ହଲାଲ ଉତ୍ପାଦ ନେଇ ୟୁପି ସରକାରଙ୍କ ନିଷେଧାଦେଶ ଉପରେ ଜମାତ ମୁଖ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ସୁରକ୍ଷା ପ୍ରଦାନ

ଡେସ୍କ: ସୁପ୍ରିମକୋର୍ଟ ଆଜି ଜମାତ ଉଲାମା-ଏ-ହିନ୍ଦ ହଲାଲ ଟ୍ରଷ୍ଟର ଆବେଦନ ଉପରେ ଶୁଣାଣି କରି ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ହାଲାଲ-ପ୍ରମାଣିତ ଉତ୍ପାଦ ଉତ୍ପାଦନ, ବିକ୍ରୟ, ସଂରକ୍ଷଣ ଏବଂ ବିତରଣ ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ଏହା ବିରୋଧରେ ଜମାତ ଉଲାମା-ଏହିନ୍ଦ ହଲାଲ ଟ୍ରଷ୍ଟ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଛି। ଏହାଛଡା ସୁପ୍ରିମକୋର୍ଟ ମଧ୍ୟ ଜାମିଆତ୍ ମୁଖ୍ୟ ମହମୁଦ ମଦାନୀ ଏବଂ ଟ୍ରଷ୍ଟର ଅନ୍ୟ ଅଧିକାରୀମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ରହିତାଦେଶ ଜାରି କରିଛନ୍ତି।

ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ପୁଣି ଜେଲ ଦଣ୍ଡାଦେଶ

- Advertisement -

ଜଷ୍ଟିସ୍ ବିଆର ଗାଭାଇ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଏକ ଖଣ୍ଡପୀଠ ଆଜି ଜାମିଆତ୍ ଉଲାମା-ଏ-ହିନ୍ଦ ହଲାଲ ଟ୍ରଷ୍ଟ ଦ୍ୱାରା ସମ୍ବିଧାନର ଧାରା ୩୨ ଅନୁଯାୟୀ ଦାଖଲ ହୋଇଥିବା ଏକ ଆବେଦନକୁ ଗ୍ରହଣ କରି ଶୁଣାଣି କରିଥିଲେ। ହଲାଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଏବଂ ଜାମିଆତ ଉଲାମା-ଏ-ମହାରାଷ୍ଟ୍ରର ହଲାଲ ପ୍ରମାଣିତ ପ୍ରମାଣପତ୍ର ଉତ୍ପାଦନ, ବିକ୍ରୟ, ସଂରକ୍ଷଣ ଏବଂ ବିତରଣ ଉପରେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି କୋର୍ଟ ଏହା ପୂର୍ବରୁ ନୋଟିସ ଜାରି କରିଥିଲେ।

ଥାଇଲାଣ୍ଡରେ ୧୦ ହଜାର ଫୁଟ ଉପରେ ଉଡିଲା ପ୍ରଭୁ ଶ୍ରୀରାମଙ୍କ ଧ୍ବଜା, ଦେଖନ୍ତୁ ଭିଡିଓ…

ଗତ ବର୍ଷ ନଭେମ୍ବର ୧୮ରେ ଲାଗୁ ହୋଇଥିବା ଏହି ନିଷେଧାଦେଶ ବିବାଦ ସୃଷ୍ଟି କରିଥିଲା ଏବଂ ହଲାଲ ଉତ୍ପାଦ ଜବତ କରିବା ପାଇଁ ସାରା ରାଜ୍ୟରେ ଥିବା ମଲ୍ ଉପରେ ପୋଲିସ୍ ଚଢ଼ାଉ କରିଥିଲା। ଆବେଦନକାରୀମାନେ ଯୁକ୍ତି କରିଛନ୍ତି ଯେ ଏହି ନିଷେଧାଦେଶ ନାଗରିକଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି ଏବଂ ପ୍ରତିଷ୍ଠିତ ପ୍ରମାଣୀକରଣ ପ୍ରକ୍ରିୟାକୁ କ୍ଷୁର୍ଣ୍ଣ କରୁଛି।

ଦିଲ୍ଲୀରେ ବଢ଼ିଲା ସୁରକ୍ଷା, ୭୦ ହଜାର ସୁରକ୍ଷାକର୍ମୀ ମୁତୟନ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories