ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ପୁଣି ଜେଲ ଦଣ୍ଡାଦେଶ

ଭୁବନେଶ୍ବର: ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ) ବିନୋଦ କୁମାରଙ୍କୁ ପୁଣି ଜେଲ ଦଣ୍ଡାଦେଶ ହୋଇଛି। ଓଆରଏଚଡିସି ଦୁର୍ନୀତି ମାମଲାରେ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ଭିଜିଲାନ୍ସ କୋର୍ଟ। ବିନୋଦ କୁମାରଙ୍କ ସହ ସ୍ବସ୍ତିରଞ୍ଜନ ମହାପାତ୍ର ଓ ପ୍ରଦୀପ ରାଉତଙ୍କୁ ବି ଜେଲ ଦଣ୍ଡାଦେଶ ହୋଇଛି। ଏହାକୁ ମିଶାଇ ଅଷ୍ଟମ ମାମଲାରେ ସଜା ପାଇଛନ୍ତି ପୂର୍ବତନ ଆଇଏଏସ ବିନୋଦ କୁମାର।