www.samajalive.in
Monday, December 15, 2025
24.1 C
Bhubaneswar

ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଆ ଜାତିର ଅସ୍ମିତାକୁ ଯୁଗ ଯୁଗ ଧରି ବଞ୍ଚାଇ ରଖିବ: ମୁଖ୍ୟମନ୍ତ୍ରୀ

ସାକ୍ଷୀଗୋପାଳ : ସତ୍ୟବାଦୀର ବକୁଳବନଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଆ ବିଶ୍ଵବିଦ୍ୟାଳୟ ନୂତନ ସୌଧକୁ ବୁଧବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଥିଲେ  । ଏହା ଲୋକାର୍ପଣ କାର୍ଯ୍ୟକ୍ରମ ନିମନ୍ତେ  ସତ୍ୟବାଦୀର ପଞ୍ଚସଖାଖେଳ ପଡ଼ିଆରେ ଏକ ଭବ୍ୟ ଲୋକାର୍ପଣ ଉତ୍ସବ ମଞ୍ଚ ପ୍ରସ୍ତୁତ କରାଯାଇଥିଲା । ଆରମ୍ଭରେ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର କଳାକାର ଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଭକ୍ତି ଜଣାଣ ସହ ନୃତ୍ୟ ପରିବେଷଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।

- Advertisement -

ଆଭାସୀ  ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,୫ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ ଯୋଡ଼ି ହୋଇଥିଲେ ।  ମଞ୍ଚରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ପ୍ରଧାନ ,କୂଳସଚିବ ରଶ୍ମିରେଖା ଦାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ,ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତ ରାୟ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ । ସଭାସ୍ଥଳରେ ଉପସ୍ଥିତ ହଜାର ହଜାର କଲେଜ ଛାତ୍ରଛାତ୍ରୀ , ମହିଳା ଗୋଷ୍ଠୀ ଓ ଅଞ୍ଚଳର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ ଜୟ ଜଗନ୍ନାଥ ସମ୍ବୋଧିତ କରି ଅଭିଭାଷଣ ଆରମ୍ଭ କରିଥିଲେ ।

ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିବା ସମସ୍ତ ଭାରତୀୟ ମାନଙ୍କୁ ପ୍ରଣାମ ଜଣାଇବା ସହିତ ସମ୍ମାନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଭାଷାର ବ୍ୟବହାର ବଢିଲେ ଭାଷା ସମୃଦ୍ଧ ହୁଏ । ଫଳରେ ଜାତିର ଗୌରବ ବୃଦ୍ଧି ହୁଏ ।  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ପଞ୍ଚସଖାଙ୍କ କର୍ମ ଭୂମିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପଣ ଉତ୍ସଵରେ ବହୁତ ଖୁସି ଥିବା ଜଣାଇଥିଲେ । ଆମ ଓଡ଼ିଆ ଭାଷା ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବା ସହ ସୋସିଆଲ ମିଡ଼ିଆରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର  ହେବା ଦରକାର। ଆମ ସଂସ୍କୃତି ଆମ ଜୀବନଯାତ୍ରା ଓ ଆମ ପରମ୍ପରାକୁ ଭିତ୍ତି  କରି ଉତ୍ତମ ସାହିତ୍ୟ ସୃଷ୍ଟି କରିବା ଦରକାର। ଓଡ଼ିଆ ବିଶ୍ୱବିଦ୍ୟାଳୟ ଏ ଦିଗରେ ନେତୃତ୍ୱ ନେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କୁଳ ସଚିବ ରଶ୍ମିରେଖା ଦାସ ଧନ୍ୟବାଦ ଅର୍ପଣ କରିବା ସହ ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories