www.samajalive.in
Sunday, December 14, 2025
26.1 C
Bhubaneswar

ଆଇପିଏସ ସ୍ତରରେ ଅଦଳବଦଳ, ସଂଜୀବ ପଣ୍ଡା ହେଲେ କଟକ-ଭୁବନେଶ୍ୱର ଟୁଇନ ସିଟି ପୁଲିସ କମିଶନର

ଡେସ୍କ: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ ଅଦଳବଦଳ କରିଛନ୍ତି। ସଂଜୀବ ପଣ୍ଡାଙ୍କୁ କଟକ-ଭୁବନେଶ୍ୱର ଟ୍ଵିନ ସିଟି ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ପୁଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।

ସେହିପରି ଡଃ ସନ୍ତୋଷ ଵାଲାଙ୍କୁ ପୁଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ, ହିମାଂଶୁ କୁମାର ଲାଲଙ୍କୁ ଉତ୍ତରାଞ୍ଚଳ ଆଇଜି, ଡଃ ଦୀପକ କୁମାରଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି, ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଂଚଳ ରେଞ୍ଜ ଆଇଜି, ଜେ.ଏନ. ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି, କନୱର ବିଶାଳ ସିଂଙ୍କୁ କଟକ ଡିସିପି, ପିନାକ ମିଶ୍ରଙ୍କୁ ପୁରୀ ଏସପି, ବନୋଥ ଯୁଗଳ କିଶୋର କୁମାରଙ୍କୁ କେନ୍ଦ୍ରାପଡା ଏସପି, ମଦକର ସନ୍ଦୀପ ସଂପତଙ୍କୁ ଢେଙ୍କାନାଳ ଏସପି, ବିବେକାନନ୍ଦ ଶର୍ମାଙ୍କୁ ମୁଖ୍ୟାଳୟ ଏଆଇଜି, ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି, ଅମରେଶ କୁମାର ପଣ୍ଡାଙ୍କୁ ପୁଲିସ ମୁଖ୍ୟାଳୟ ଏଆଇଜି, ପି. କେ. ମିଶ୍ରଙ୍କୁ ରାଉରକେଲା ରେଳବାଇ ଏସପି, ରାମ ପ୍ରସାଦ ସାହୁଙ୍କୁ ଦେବଗଡ଼ ଏସପି, ହରିଶ ବି ସିଙ୍କୁ ରାୟଗଡା ଏସପି, ୟଶପ୍ରତାପ ଶ୍ରିମଲଙ୍କୁ ସୋନପୁର ଏସପି ଭାବେ ଅବସ୍ଥାପିତ କରାଯାଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories