www.samajalive.in
Sunday, December 7, 2025
18.1 C
Bhubaneswar

ରାସ୍ତାକଡରେ ବିସ୍କୁଟ୍ ବିକ୍ରି କରି ୫୦ଲକ୍ଷର କାର୍‌ କିଣିଲେ ଦୋକାନୀ !

ନୂଆଦିଲ୍ଲୀ : କୁହାଯାଏ ଦୁନିଆରେ କୌଣସି କାମ ଛୋଟ ନୁହେଁ।  କେବଳ ଲୋକଙ୍କ ମନର ଧାରଣା ହିଁ ଛୋଟ ହୋଇଥାଏ। କାହା ଆଗରେ ହାତ ପତାଇବା ଠାରୁ ରାସ୍ତାରେ ଠେଲା ଦୋକାନଟିଏ କରିବା ଭଲ । ଦୁନିଆ ବଦଳିବା ସହ ଲୋକଙ୍କ ଧାରଣା ମଧ୍ୟ ବଦଳି ଗଲାଣି।  ଆଜିକାଲିର ସମୟରେ ଏକ ଠେଲା ଦୋକାନୀର ରୋଜଗାର ଜଣେ କର୍ପୋରେଟ୍ କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କ ରୋଜଗାରଠାରୁ ଭଲ ହୋଇଥାଏ। କିଛି ଦିନ ହେବ ଠେଲା ଗାଡିରେ ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ପଞ୍ଜାବର ଜଣେ ବ୍ୟକ୍ତି ଏହି ଭିଡିଓଟିକୁ ସେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଅମୃତସର ରାସ୍ତାରେ ମଇଦାରେ ପ୍ରସ୍ତୁତ ବିସ୍କୁଟ୍ ବିକ୍ରି କରୁଥିବା ଜଣେ ବ୍ୟକ୍ତି ୫୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଫର୍ଚୁନ ଗାଡି ଚଳାଉଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଫର୍ଚୁନର୍ କାର ପଛରେ ପାର୍କିଂ କରାଯାଇଥିଲା। ଯେତେବେଳେ ଜଣେ ଗ୍ରାହକ ତାଙ୍କ ପାଖକୁ ଆସନ୍ତି । ଏବଂ ତାଙ୍କୁ ପଚାରନ୍ତି ଯେ ଏହି କାରଟି ତାଙ୍କର କି ?  ସେ କୁହନ୍ତି ଯେ ସେ ଏହାର ମାଲିକ। ଯେତେବେଳେ ଲୋକମାନେ ଏହାକୁ ବିଶ୍ବାସ କରନ୍ତି ନାହିଁ । ସେତେବେଳେ ଦୋକାନୀ ଜଣଙ୍କ ତାଙ୍କୁ ଗାଡି ଚାବି ଦେଖାଇଥିଲେ। ଏହା ବ୍ୟତୀତ ସେ କହିଛନ୍ତି ଯେ ସେ ଗତ ପାଞ୍ଚ ବର୍ଷ ଧରି ମଇଦାରେ ତିଆରି ଏହି ବିସ୍କୁଟ୍ ବିକ୍ରି କରୁଛନ୍ତି। ଏହାର କିଲୋ ସେ ୨୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଅଫିସିଆଲ ସହି ହୈ ନାମକ ଏକ ଆକାଉଣ୍ଟ ଦ୍ବାରା ଏହି ଭିଡିଓଟିକୁ ଇନଷ୍ଟାରେ ସେୟାର କରାଯାଇଛି। କ୍ୟାପସନ୍ ସୂଚିତ କରୁଛି ଯେ ଏହି ଭିଡିଓଟି ସମ୍ପୂଣ୍ଣ ନକଲି। ଲୋକମାନେ କୌଣସି କାମକୁ ଛୋଟ ନ ଭାବି ତାର ଗୁରୁତ୍ବକୁ ବୁଝିପାରିବେ । ତେଣୁ ଏହାକୁ ସୁଟ୍ କରାଯାଇଛି। ତେବେ ଭିଡିଓଟିକୁ ୧୦ ଲକ୍ଷରୁ ଉଦ୍ଧ୍ଵର୍ର୍ ଲୋକ ପସନ୍ଦ କରି ନିଜ ନିଜର ମତାମତ ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories