www.samajalive.in
Sunday, December 7, 2025
16.1 C
Bhubaneswar

ଖୁସିଖବର! ଷ୍ଟକ୍‌ ଶେଷ କରିବାକୁ ୩ଟି ଜବରଦସ୍ତ ବାଇକ୍‌ର ଦାମ୍‌ କମାଇଲା କମ୍ପାନୀ

ଡେସ୍କ: ଦୁଇ ଚକିଆ ଯାନ ନିର୍ମାତା କ୍ୟୁଜେ ମୋଟର ଭାରତୀୟ ବଜାରରେ ଏହାର ୩ଟି ବାଇକ୍‌ର ଦାମ୍‌ କମାଇଦେଇଛି। କମ୍‌ ବିକ୍ରି ଯୋଗୁ କମ୍ପାନୀ ମୂଲ୍ୟ କମାଇବାକୁ ନିଷ୍ପତ୍ତି ନେଇଛି। ନୂଆବର୍ଷଠାରୁ QJ SRC 250ର ମୂଲ୍ୟ ୩୧,୦୦୦ ଟଙ୍କା ହ୍ରାସ କରାଯାଇଛି। ରେଟ୍ରୋ କ୍ଲାସିକ୍ ବାଇକ୍ ଏକ ଟ୍ୱିନ୍-ସିଲିଣ୍ଡର ଇଞ୍ଜିନ୍ ସହିତ ଆସିଥାଏ, ଯାହା ୧୭ବିଏଚପି ଶକ୍ତି ଏବଂ ୧୭ଏନଏମ ଘୂର୍ଣ୍ଣନ ବଳ ଉତ୍ପନ୍ନ କରିଥାଏ। ଏହି ଦୁଇ ଚକିଆ ଯାନ ୩ଟି ରଙ୍ଗ ସିଲଭର, ବ୍ଲାକ୍ ଏବଂ ରେଡ୍‌ରେ ଉପଲବ୍ଧ। ମୂଲ୍ୟ ହ୍ରାସ ପରେ ଏହାକୁ ୧.୭୯ ଲକ୍ଷ ଟଙ୍କାରେ କିଣାଯାଇପାରିବ।

ଏହି ଚୀନ୍ କମ୍ପାନୀ ତା’ର SRC 500ର ମୂଲ୍ୟ ୪୦,୦୦୦ ଟଙ୍କା ହ୍ରାସ କରିଛି। ଏଥିରେ ଗୋଲାକାର ହେଡଲାଇଟ୍, ଏକ ଡୁଆଲ୍-ପୋଡ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ରିବଡ୍-ପ୍ୟାଟର୍ନ ସିଟ୍ ଏବଂ ପି-ସୁଟର ନିଷ୍କାସନ ବ୍ୟବସ୍ଥା ଅଛି। ଏହା ୪୮୦ସିସି, ସିଙ୍ଗଲ -ସିଲିଣ୍ଡର, ଏୟାର-କୁଲ୍ଡ ଇଞ୍ଜିନ ସହ ଆସିଥାଏ, ଯାହା ୨୫.୧୫ବିଏଚପି ଶକ୍ତି ଓ ୩୬ଏନଏମ ଘୂର୍ଣ୍ଣନ ବଳ ଉତ୍ପନ୍ନ କରିଥାଏ। ଏହା ବ୍ଲାକ୍, ଗୋଲ୍ଡ ବ୍ଲାକ୍ ଏବଂ ରେଡ୍ ହ୍ୱାଇଟ୍ ରଙ୍ଗରେ ଉପଲବ୍ଧ। ବର୍ତ୍ତମାନ ଏହାର ମୂଲ୍ୟ ୨.୩୯ ଲକ୍ଷ ଟଙ୍କା ହୋଇଯାଇଛି।

- Advertisement -

କମ୍ପାନୀ ଏହାର ଏକମାତ୍ର ଭି-ଟ୍ୱିନ୍ ବାଇକ୍ QJ SRV 300ର ମୂଲ୍ୟ ୪୦,୦୦୦ ଟଙ୍କା ହ୍ରାସ କରିଛି। ଏଥି​‌ରେ ଗୋଲାକାର ତେଲ ଟାଙ୍କି, ଇନ୍‌ଭର୍ଟେଡ୍‌ ଫ୍ରଣ୍ଟ ଫୋର୍କ୍ସ, ଷ୍ଟେପ୍-ଅପ୍ ସିଟ୍ ଏବଂ ଡୁଆଲ୍ ଚ୍ୟାନେଲ୍ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍(ଏବିଏସ୍) ସହିତ ଡିସ୍କ ବ୍ରେକ୍ ଅଛି। ଏହି ବାଇକ୍‌ରେ ୨୯୬ସିସିର ଭି-ଟ୍ବିନ୍‌ ଇଞ୍ଜିନ ଦିଆଯାଇଛି, ଯାହା ୩୦ଏଚପି ଶକ୍ତି ଓ ୨୬ଏନଏମ ଘୂର୍ଣ୍ଣନ ବଳ ଉତ୍ପନ୍ନ କରିଥାଏ। ଏବେ ଏହି ବାଇକ୍‌ର ପ୍ରାରମ୍ଭିକ ମୂଲ୍ୟ ୩.୧୯ ଲକ୍ଷ ଟଙ୍କା ହୋଇଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories