www.samajalive.in
Tuesday, December 9, 2025
15.1 C
Bhubaneswar

ବୌଦ୍ଧରେ ବିଜେଡିର କର୍ମୀ ସମାବେଶ

ବୌଦ୍ଧ: ବୌଦ୍ଧରେ ବିଜେଡି ପକ୍ଷରୁ ଏକ କର୍ମୀ ସମାବେଶ ସ୍ଥାନୀୟ ସର୍କିଟହାଉସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ଯୋଗଦେଇ ପାଞ୍ଚ ବର୍ଷ ଧରି ସାଂସଦ ଭାବରେ ଲୋକଙ୍କ ସେବା କରିବାରେ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ। ସମାଜ ପାଇଁ ନିଜର ଉତ୍ସର୍ଗିକୃତ ଜୀବନର ଉଦାହରଣ ଦେବା ସହିତ ଭଗବାନ ତାଙ୍କୁ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ବୌଦ୍ଧ ଜିଲାରେ ବିକାଶ ପାଇଁ ସାଂସଦ ଭାବରେ ନିଜର ସରକାରୀ ଅନୁଦାନ ଖର୍ଚ୍ଚ ସହିତ ନିଜର ପ୍ରଚେଷ୍ଟାରେ ହରଭଙ୍ଗା କ୍ଲକର ଲୁଣିବାହାଲଠାରେ ଶହେ ଶଯ୍ୟା ବିଶିଷ୍ଟ ଆଧୁନିକ ଚିକିତ୍ସାଳୟ ଓ ବିଦ୍ୟାଳୟ ସ୍ଥାପନ ଓ କଣ୍ଟାମାଳ ବ୍ଲକର ମନମୁଣ୍ଡା ନିକଟରେ ଶହେ ଶଯ୍ୟା ବିଶିଷ୍ଟ ଆଧୁନିକ ଚିକିତ୍ସାଳୟ ସ୍ଥାପନ, କରିଥିବା ଯାହାକି ଆଗାମି ଦିନରେ ଜିଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବ ବୋଲି ସେ ପ୍ରକାଶ କରିଥିଲେ। ବ୍ୟସ୍ତବହୁଳ ଜୀବନ ସତ୍ୱେ ସାଂସଦ ଭାବରେ ନିଜର ନିର୍ବାଚନ ମଣ୍ଡଳୀରେ ଅଧିକ ସମୟ ଦେଇ ଲୋକଙ୍କ ସମସ୍ୟା ସମାଧାନ କରିବାପାଇଁ ଚେଷ୍ଟା କରିଥିବାବେଳେ ଆଗାମି ଦିନରେ ଜିଲାବାସୀ ତାଙ୍କର ଭଲପାଇବା ଓ ଆଶିର୍ବାଦ ତାଙ୍କ ଉପରେ ରଖିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ମାର୍ଗଦର୍ଶନ ଫଳରେ ଓଡ଼ିଶା ବିକାଶ ଦିଗରେ ଯାତ୍ରା ଜାରି ରଖିଥିବାବେଳେ ଏହି ବିକାଶର ଧାରା ବଜାୟ ରଖିବା ପାଇଁ ଦଳକୁ ପୁଣିଥରେ କ୍ଷମତାସିନ କରାଇବାକୁ ଆଗାମି ନିର୍ବାଚନରେ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ଡଃ. ସାମନ୍ତ ଦଳିୟ କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଥିଲେ। ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମି ସମାବେଶରେ ଅନ୍ୟତମ ଅତିଥି ଭାବରେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇ ଆଗାମି ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କର୍ମିମାନଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧଜିଲା ସୀଂସଦ ପ୍ରତିନିଧି ତାରେଣି ମହାପାତ୍ର, କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ,ବରିଷ୍ଠ ନେତା ଅଶୋକ କୁମାର ସାହୁ,ସୁଧିର ମହାକୁଡ,ବୌଦ୍ଧ କେନ୍ଦ୍ରିୟ ସମବାୟ ବ୍ୟାଙ୍କ ସଭାପତି ଅରୁଣ କୁମାର ପ୍ରଧାନ,ଧୂରୀଣ କୁମାର ଦେହୁରୀ, ଏନଏସି ଉପାଧ୍ୟକ୍ଷା ସୁଭାଷିନୀ ସେଠୀଙ୍କ ସମେତ ଦଳର ବ୍ଲକ ସଭାପତି, ସରପଞ୍ଚ ଓ ସମିତି ସଦସ୍ୟ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories