www.samajalive.in
Tuesday, December 9, 2025
15.1 C
Bhubaneswar

ବ୍ଲକସ୍ତରୀୟ ଜନଜାତି କ୍ରୀଡା ଉତ୍ସବ ଉଦଯାପିତ

ଫୁଲବାଣୀ/ଫିରିଙ୍ଗିଆ: ଫିରିଙ୍ଗିଆ ବ୍ଲକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଖେଳପଡ଼ିଆ ଠାରେ ଗତ ଦୁଇ ତାରିଖ ଉଦଘାଟିତ ହୋଇଥିବା ବ୍ଲକସ୍ତରୀୟ ଜନଜାତି କ୍ରୀଡା ଉତ୍ସବ ଗୁରୁବାର ଫିରିଙ୍ଗିଆ ମିନିଷ୍ଟାଡିୟମ ଠାରେ ଉଦଯାପିତ ହୋଇଛି। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ବ୍ଲକ ପ୍ରଶାସନ ଦ୍ୱାରା ଏହି କ୍ରୀଡା ଉତ୍ସବ ଚାରିଦିନ ଧରି ବ୍ଲକର ଗୋଛାପଡା ଓ ନୂଆପାଦର ଖେଳପଡ଼ିଆରେ ମଧ୍ୟ୍ୟ ଅନୁଷ୍ଠିତ ହୋଇଥିଲା। ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ଇପ୍ସିତା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟ୍ୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରେଶ ପ୍ରସାଦ ରଥ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଦ୍ୱାରିକାନାଥ ପ୍ରଧାନ, ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟାଇଟସ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ତିନିଦିନ ଧରି ଏହି କ୍ରୀଡା ଉତ୍ସବରେ ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କ ସହ ବିଭିନ୍ନ କ୍ଳବର ମହିଳା ଓ ପୁରୁଷ ଖେଳାଳି ମାନଙ୍କ ମଧ୍ୟରେ ଶହେ, ଦୁଇସହ, ଚାରିସହ, ଆଠ ସହ, ପନ୍ଦର ସହ ଦୌଡ ପ୍ରତିଯୋଗିତା, ଡିସ୍କସ, ସଟପୁଟ ହାଇଜମ୍ପ, ଲଙ୍ଗଜମ୍ପ, ଖୋକୋ, କବାଡି, ଭଲିବଳ, ଫୁଟବଲ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories