www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରାଇଜ, ପ୍ରେଷ୍ଟିଜ, ପେନ୍‌ସନ ଦାବି : ଅନଶନ ଧାରଣାରେ ବସିଲେ ଚାଷୀନେତା ଅକ୍ଷୟ କୁମାର

ନନ୍ଦନକାନନ : ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ରବିବାର ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ନିଜ ବାସଭବନ ଆଗରେ ଧାରଣାରେ ବସିଛନ୍ତି । ଚାଷୀମାନଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ, ସମ୍ମାନ ଏବଂ ଉପଯୁକ୍ତ ମୂଲ୍ୟ (ପ୍ରାଇଜ, ପ୍ରେଷ୍ଟିଜ ଓ ପେନସନ) ଦାବିରେ ସେ ଧାରଣା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବାରମ୍ବାର ଚାଷୀମାନଙ୍କର ଭତ୍ତା ଦାବି କରିଆସୁଥିବା ବେଳେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ସରକାର ୩୬ ଲକ୍ଷ ଚାଷୀ ପରିବାରକୁ ସୁରକ୍ଷା ଭତ୍ତା ବାବଦରେ ୨୧ ହଜାର ୬ ଶହ କୋଟି ବ୍ୟୟବରାଦ କଲେ ସେ ଧାରଣାରୁ ଉଠିବେ ବୋଲି କହିଛନ୍ତି। ଘଟଣାସ୍ଥଳରେ ନନ୍ଦନକାନନ ଥାନା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ ଯେ ନିକଟ ଅତୀତରେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଥିଲା। ଶହ ଶହ ଚାଷୀ ଭୁବନେଶ୍ୱର ଅଭିମୁଖ ଆସିବା ସମୟରେ ପୁଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା। ପୁଲିସ ଓ ଚାଷୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଷୀଙ୍କ ସମସ୍ୟାର ସମାଧାନ ନିମନ୍ତେ ସରକାର ଇତିମଧ୍ୟରେ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଆସନ୍ତା ୭ତାରିଖରେ କମିଟିର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜଧାନୀରେ ସମାବେଶ କିମ୍ବା ଧାରଣା ଦେବାକୁ ପୁଲିସ ସୁଯୋଗ ଦେଉ ନଥିବାରୁ ସେ ନିଜ ଘରେ ଚାଷୀଙ୍କ ସ୍ୱାର୍ଥ ହାସଲ ପର୍ଯ୍ୟନ୍ତ ଆମରଣ ଅନଶନ କରିବେ ବୋଲି କହିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories