କଲମପୁର: ଇଛାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକଙ୍କ ଉପସ୍ଥିତିରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଗଣନା ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ନେଇ ଏକ କର୍ମଶାଳା ଅନୁଷ୍ଟିତ ହେଇଯାଇଛି। ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭବାନିପାଟଣାର ଶିକ୍ଷକ ପ୍ରଶିକ୍ଷକ ରାଜେଶ କୁମାର ଭୋଇ ଯୋଗ ଦେଇ କର୍ମଶାଳର ଶୁଭ ଉଦଘାଟନ କରିଛନ୍ତି। ଏହି କର୍ମଶାଳାରେ ବ୍ଲକର ବିଭିନ୍ନ କ୍ଲଷ୍ଟରରୁ ୨୮ ଜଣ ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ। ସାଧନ କର୍ମୀ ଭାବେ ରାଜେଶ କୁମାର ଭୋଇ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅଚ୍ୟୁତାନନ୍ଦ ମଲ୍ଲିକ, ବରଗାଁ ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକ ମନୋଜ କୁମାର ମେହେର, କଲମପୁର ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ନବଘନ ସାହୁ, ପ୍ରମୁଖ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ। ପ୍ରସ୍ତୁତ ହେଇଥିବା ସାମଗ୍ରୀ ସବୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କେତେ ଉପାଦେୟ ହେବ ସେନେଇ ମଧ୍ୟ ଆକଳନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ପଣ୍ଡା ଏବଂ ସହକର୍ମୀ ଏହି କର୍ମଶାଳା ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ।
Popular Categories



