www.samajalive.in
Monday, December 15, 2025
24.1 C
Bhubaneswar

ବ୍ୟବସାୟିକ ବିଶ୍ଲେଷଣ ଏବଂ ବୃତ୍ତିଗତ କର୍ମ ସୁଯୋଗ ଉପରେ ଆଲୋଚନାଚକ୍ର

ଭୁବନେଶ୍ୱର: ଆଚାର୍ୟ୍ୟ ହରିହର କନିଷ୍ଠ ମହାବିଦ୍ୟାଳୟ ଏବଂ ଆଇଆଇଏମଟି ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ବ୍ୟବସାୟିକ ବିଶ୍ଲେଷଣ ଏବଂ ବୃତିଗତ କର୍ମ ସୁଯୋଗ ଉପରେ ଏକ ଆଲୋଚନାଚକ୍ର ଅଧ୍ୟକ୍ଷ ଡ଼ଃ ପବିତ୍ର କୁମାର ରଥଙ୍କ ପୌରହିତ୍ୟରେ ଅନୁୂଷ୍ଠିତ ହୋଇଥିଲା । ଏଥିରେ ଆଇ.ଆଇ.ଏମ୍‌.ଟିର ଚେୟାରମ୍ୟାନ୍ ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଶିକ୍ଷା ପରେ ଜଣେ ଜଣେ ଦକ୍ଷ ବ୍ୟବସାୟୀ ହେଲେ ପରିବାର ତଥା ଦେଶର ଆର୍ଥିକ ଉନ୍ନତି ହୋଇପାରିବ ବୋଲି ମତ ରଖିଥିଲେ ।

ବୃତ୍ତିଗତ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବି ହେବାରେ ବିଶେଷ ସାହାଯ୍ୟ କରେ ଏବଂ ଛାତ୍ର ଛାତ୍ରୀ ମାନେ ଶିକ୍ଷା ଶେଷପରେ କର୍ମ ସଂସ୍ଥାନର ବାଟ ନିଜେ ବାଛିବା ଦରକାର ଏବଂ ଛୋଟ ବଡ଼ ଉଦ୍ୟୋଗ ସ୍ଥାପନ କରି ନିଜେ ରୋଜଗାର କ୍ଷମ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର କରିବା ପାଇଁ ନିଯୁକ୍ତି ଦେଇପାରିଲେ ଦେଶ ଓ ରାଜ୍ୟର ଆର୍ଥିକ ବିକାଶ ହୋଇପାରିବ ବୋଲି ମତ ରଖିଥିଲେ ।

- Advertisement -

ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ମହର୍ଷି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ପ୍ରଧ୍ୟାପକ ଡ଼ଃ କଳିଙ୍ଗ କୁମାର ପ୍ରଧାନ ଏବଂ ଆଇଆଇଏମଟିର ପ୍ରଶାସନିକ ଡ଼ିନ୍ ଡ଼କ୍ଟର ଜଗମୋହନ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀ ଶୃଙ୍ଖଳିତ ହେବା ସହିତ ଉପାର୍ଜନ କରି ଜଣେ-ଜଣେ ଭଲ ମଣିଷ ହୋଇପାରିଲେ ପରିବାରର ସୁନାମ ବଢିବା ସହିତ ଦେଶର ଟେକ ରହିବ ବୋଲି କହିଥିଲେ ।

ଅଧ୍ୟାପକ ବିଜୟରାମ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହିତ ଅଧ୍ୟାପିକା ଶ୍ୱେତା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ କୁଇଜ୍ ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିବା ଛାତ୍ର-ଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories