ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଶ୍ବଶୁର ଘରେ ପସିଲେ ଜ୍ବାଇଁ, ୪ ଆହତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କେ ସୁବାଣି ଗ୍ରାମରେ ଗତ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା କ୍ରମରେ ନିଜେ ଜ୍ବାଇଁ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ସହ ନିକଟରେ ରହୁଥିବା ଶ୍ବଶୁରଙ୍କ ଘର ମଧ୍ୟରେ ପସି ନିଜେ ଗୁରୁତର ହେବା ସହ ଆଉ ତିନି ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ଜ୍ବାଇଁ ପ୍ରଶାନ୍ତ ବେହେରା ସମେତ ସିଦ୍ଧେଶ୍ଵର ବେହେରା, ଦିବାକର ବେହେରା ଓ ସାଗର ବେହେରା ପ୍ରମୁଖ ନିଆଁ ରେ ପୋଡ଼ି ଯାଇ ଆହାତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ କେ ସୁବାଣି ଗ୍ରାମର ବିଜୟ ବେହେରାଙ୍କ ଝିଅ ଉକ୍ତ ଗ୍ରାମର ଜଗନ୍ନାଥ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରାଙ୍କ ସହ ଗତ ତିନିବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥଲେ । କିନ୍ତୁ ଗତ କିଛି ମାସ ହେବ ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ନାନା ସମୟରେ ମାନସିକ ନିର୍ଯାତନା ଦିଆଯାଉଥିଲା।
ଗତ ୨୬ ତାରିଖ ସନ୍ଧ୍ୟା ସନ୍ଧ୍ୟା ସହ ପ୍ରଶାନ୍ତ ଙ୍କ କୌଣସି କାରଣକୁ ନେଇ ଝଗଡ଼ା ହୋଇ ଥିବା ବେଳେ ପ୍ରଶାନ୍ତ ଓ ତାଙ୍କ ବାପା ଜଗନ୍ନାଥ, ସନ୍ଧ୍ୟାଙ୍କୁ ଘରୁ ତଡ଼ି ଦେଇଥିଲେ ‌। ଉକ୍ତ ଦିନ ଠାରୁ ସନ୍ଧ୍ୟା ଭାଇ ନିକଟରେ ରହି ଆସୁଥିଲେ। ଗତ ବୁଧବାର ରାତି ପ୍ରାୟ ୮ ଟା ବେଳେ ସନ୍ଧ୍ୟା ଘର ସମ୍ମୁଖରେ ବସି ରହିଥିବା ବେଳେ ଅଚାନକ ପ୍ରଶାନ୍ତ ସେଠାରେ ପହଞ୍ଚି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ସନ୍ଧ୍ୟାଙ୍କ ଭାଇଙ୍କ ଘରେ ଧସେଇ ପସି ଯାଇଥିଲେ। ଘଟଣା ଦେଖି ପଡୋଶୀରେ ରହୁଥିବା ସନ୍ଧ୍ୟାଙ୍କ ଦାଦା ସିଦ୍ଧେଶ୍ୱର ଓ ଦିବାକର ସମେତ ଦାଦାପୁଅ ଭାଇ ସାଗର ପ୍ରମୁଖ ପ୍ରଶାନ୍ତଙ୍କୁ ବଞ୍ଚାଇବା ସହ ନିଆଁ ଲିଭାଇବାକୁ ଉଦ୍ୟମ କରି ଆହାତ ହୋଇଥିଲା।
prayash
ଘଟଣା ପରେ ତୁରନ୍ତ ପ୍ରଶାନ୍ତ ସମେତ ଆହାତ ତିନି ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲ ନିଆ ଯାଇଥିଲା। ସେଠାରେ ପ୍ରଶାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ପରିବାର ବର୍ଗ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ କୁ ଚିକିତ୍ସା କରୁଥିବା ଜଣାପଡିଛି। ସନ୍ଧ୍ୟାଙ୍କ ଭାଇ କାଳିଆ ବେହେରାଙ୍କ ପକ୍ଷରୁ ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ‌। ଅଭିଯୋଗକୁ ଭିତ୍ତି ପୁଲିସ ୬୧୮/୨୩ ରେ ଏକ ମାମଲା ରୁଜୁ କରିଛି
ନିଆଁରେ‌ ପୋଡ଼ି ହୋଇ ପ୍ରଶାନ୍ତ ଙ୍କ ଶରୀରର ୭୦ ଭାଗ ଜଳି ଯାଇଥିବା ଜଣାପଡ଼ିଛି।
ଅନ୍ୟ ପଟେ ପ୍ରଶାନ୍ତ ଙ୍କ ମାଁଙ୍କ ପକ୍ଷରୁ ସନ୍ଧ୍ୟାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ପ୍ରଶାନ୍ତଙ୍କୁ ମାଡ଼ ମାରିବା ସହ ଦେହର ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଥିବା ନେଇ ଏକ ପାଲଟା ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ଏହା ନେଇ ୬୨୧/୨୩ ରେ ଆଉ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Comments are closed.