www.samajalive.in
Monday, December 15, 2025
17.1 C
Bhubaneswar

ବିଶ୍ୱର ସବୁଠାରୁ ଲମ୍ବା କେଶ ଧାରୀ ହେଉଛନ୍ତି ଭାରତୀୟ ମହିଳା- ଗିନିସ୍‌ ବୁକ୍‌ ଅଫ୍‌ ଓ୍ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ

ନୂଆଦିଲ୍ଲୀ – ବିଶ୍ୱର ସବୁଠାରୁ ଲମ୍ବା କେଶଧାରୀ ଭାରତରେ । ଭାରତର ସ୍ମିତା ଶ୍ରୀବାସ୍ତବ ଏହି ରେକର୍ଡଧାରୀ । ସେ ତାଙ୍କର କେଶ  ପାଇଁ ଗିନିସ୍‌ ବୁକ୍‌ ଅଫ୍‌ ଓ୍ୱାର୍ଡଲ ରେକର୍ଡରେ ସ୍ଥାନ ପାଇଛନ୍ତି । ସ୍ମିତା ପ୍ରୟାଗରାଜର ବାସିନ୍ଦା ।

୪୬ ବର୍ଷୀୟ ସ୍ମିତାଙ୍କ କେଶ ୭ଫୁଟ୍‌ ୯ ଇଞ୍ଚ୍‌ ବା ୨୩୬.୨୨ ସେଣ୍ଟିମିଟର ଲମ୍ବା । ଗିନିସ୍‌ ବୁକ୍‌ ଅଫ୍‌ ଓ୍ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପରେ ସ୍ମିତା ବେଶ୍‌ ଖୁସୀ। ସ୍ମିତାଙ୍କ ଅନୁସାରେ ଭାରତୀୟ ସଂସ୍କୃତିରେ ଅଧିକାଂଶ ଦେବାଦେବୀ ଲମ୍ବା କେଶଧାରୀ । ଏହା ସୌନ୍ଦର୍ଯ୍ୟର ପ୍ରତୀକ ।
ସ୍ମିତା ତାଙ୍କର କେଶର ଯତ୍ନ ନିଅନ୍ତି । ପ୍ରତି ସପ୍ତାହରେ ଦୁଇଥର ମୁଣ୍ଡ ଧୂଅନ୍ତି । ମୁଣ୍ଡ ଶୁଖାଇବା ପାଇଁ ତାଙ୍କୁ ୪୫ ମିନିଟ ଲାଗିଥାଏ । ସେ ଖଟ ଉପରେ ଛିଡା ହୋଇ ମୁଣ୍ଡ କୁଣ୍ଡାନ୍ତି ବୋଲି କହନ୍ତି ।

- Advertisement -

ସ୍ମିତା ଆଜି ପର୍ଯ୍ୟନ୍ତ ତାଙ୍କର ଝଡି ପଡିଥିବା ଚୁଟିକୁ ଫିଙ୍ଗି ନାହାନ୍ତି । ତାଙ୍କ ଦ୍ୱିତୀୟ ଗର୍ଭାବସ୍ଥା ସମୟରେ ଦେହ ଖରାପ ହେବାରୁ ଚୁଟି କାଟିଥିଲେ । ତା ପରଠାରୁ ସେ ଆଉ ଚୁଟି କାଟି ନାହାନ୍ତି  ବୋଲି କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories