ଲକ୍ଷ୍ମୀ ତେଲ ଗୋଦାମରୁ ୨ ଟି ପିକପ ଭ୍ୟାନ, ବାଇକ ସହ ଲକ୍ଷା ଧିକ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୪ ଗିରଫ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୁଲିସ ଏକ ବଡ ସଫଳତା ମିଳିଛି। ଚୋରି ସାମଗ୍ରୀ ଉଦ୍ଧାର ସହ ୪ଜଣଙ୍କୁ ଗିରଫ ପରେ ପୁଲିସ କୋର୍ଟ ଚାଲାଣ କରିଛି। କଣ୍ଟାବାଞ୍ଜି ପୁଲିସ ଏସଡିପିଓ ଗୌରାଙ୍ଗ ଚରଣ ସାହୁ ଏବଂ ଥାନାଧିକାରୀ ରଶ୍ମିତା ବେହେରା କଣ୍ଟାବାଞ୍ଜି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କହିଛନ୍ତି ଯେ ଗୋକୁଳ ଧାମ ରାସ୍ତାରେ ଥିବା ଲକ୍ଷ୍ମୀ ତେଲ ଗୋଦାମରୁ ୨ ଟି ପିକପ ଭ୍ୟାନ ଓ ଗୋଟିଏ ବାଇକ ସହିତ ଗୋଦାମ କାର୍ଯ୍ୟାଳୟ ଥିବା ଏଲଇଡ଼ି ଟିଭି, ପ୍ରିଣ୍ଟର ମେସିନ, ଟଙ୍କା ଗଣା ମେସିନ, ଜେରକ୍ସ ମେସିନ, ରୂପାର ଛୋଟ ହନୁମାନ ମୂର୍ତ୍ତି, ଇନଭେଟର, ବ୍ୟାଟେରୀ ଇତ୍ୟାଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଯାଇଥିଲା। ଗୋଦାମ ଓ ଗୋଦାମ ଭିତରେ ଥିବା କାର୍ଯ୍ୟାଳୟ ତାଲା ଭାଙ୍ଗି ଚୋରି ହୋଇଥିବା ଲକ୍ଷ୍ମୀ ମାଲିକ ଅଶୋକ ଅଗ୍ରୱାଲ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ ପରେ ବଲାଙ୍ଗୀର ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ ହୋଇଥିଲା।
ଗତକାଲି କଣ୍ଟାବାଞ୍ଜି ପୁଲିସକୁ ଖବର ମିଳିଲା, ବେଲପଡା ଥାନା ଅଂଚଳରେ ଏକ ପିକପ ଭ୍ୟାନ ଧକ୍କା ହୋଇଛି, ପୁଲିସ ଟିମ ଅନୁସନ୍ଧାନ ପରେ ଏହି ଚୋର ର ପର୍ଦ୍ଦାଫାଶ ହେହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୪ଜଣ ଦୁର୍ବୃତଚଟୁ ଅନକା ଗାଁ ଆରିଫ ଖାଁ (20),ବବଲୁ putel(21), ଡ଼ଙ୍ଗାମାରା ଗାଁ ର ରୁପଧର ବାଗ (20), ଏବଂ ପାଟଣାଗଡ଼ ଥାନା ବାଲିଆଭଟା ର ନୀଳମଣି ବରିଆ ଙ୍କୁ ପୁଲିସ ଗିରଫ ସହ ଚୋରି ସାମଗ୍ରୀ ସହ ୨ ପିକପ ଭ୍ୟାନ ଓ ବାଇକ ଉଦ୍ଧାର କରିବା ସଫଳ ହୋଇଥିଲା। ଗିରଫ ୪ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।
Comments are closed.