www.samajalive.in
Sunday, December 7, 2025
26.1 C
Bhubaneswar

ଡିଭାଇଡର ଉପରେ ମାଡିଗଲା ଟ୍ରକ ; ଅଳ୍ପକେ ବର୍ତ୍ତିଲେ ଚାଳକ

ରେଙ୍ଗାଲିକ୍ୟାମ୍ପ : ଆଜି ଭୋର୍ ପ୍ରାୟ ୪ଟାରେ ଅତାବିରା ୫୩ ନଂ ଜାତୀୟ ରାଜପଥରେ ଅତାବିରା ମହାବିଦ୍ୟାଳୟ ସମ୍ମୁଖରେ ଏକ ୧୮ ଚକିଆ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ି ଯାଇ ଲାଗିଥିବା ଲୁହା ବାଡ଼କୁ ଛିନ୍ ଛତର କରିଦେବା ସହ ଟ୍ରକ ଆଗ ପଟ ଚକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ ଓ ହେଲ୍ଫର। ଏହି ଟ୍ରକରେ ୫୦ ଟନ କୋଇଲା ବୋଝେଇ ହୋଇଥିଲା। ବିଶାଖାପାଟଣାରୁ ସମ୍ବଲପୁର ଜିଲ୍ଲା ଲପଙ୍ଗା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଭାଗ୍ୟବଶତଃ ଭୋର୍ ସମୟ ଯୋଗୁଁ ରାସ୍ତାରେ ଲୋକଙ୍କର ଯିବା ଆସିବା ବହୁତ୍ କାମ ରହିଥିଲା। ତେଣୁ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିଛି। ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥବାରୁ ବାଇପାସ ରାସ୍ତାର ଆବଶ୍ୟକତା ଜରୁରୀ ହୋଇପଡିଛି। ତାହା ହେଲେ ଏହି ଦୁର୍ଘଟଣାକୁ ଏଡାଇ ହେବ,ନ ହେଲେ ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଜନ ସାଧାରଣରେ ବେଶ ଚର୍ଚ୍ଚା ହେଉଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories