www.samajalive.in
Friday, December 5, 2025
26.1 C
Bhubaneswar

ସାପ କାମୁଡ଼ାରେ ସପ୍ତମ ଶ୍ରେଣୀ ଛାତ୍ରୀ ମୃତ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଲରମ୍ଭା ଗ୍ରାମର ହରିଜନ ପଡ଼ାରେ ରହୁଥିବା ଚତୁର୍ଭୁଜ ନନ୍ଦଙ୍କ ଝିଅ ଆରତୀ ନନ୍ଦଙ୍କ ସାପ ଦଂଶନରେ ମୃତ୍ୟୁ ହୋଇଛି। ରାତିରେ ଶୋଇଥିବା ବେଳେ ରାତି ପ୍ରାୟ ୧ ରୁ ୨ ଟା ଭିତରେ ତାଙ୍କୁ ଏକ ଚିତି ସାପ କାମୁଡି ଦେଇଥିଲା। ଫଳରେ ସେ ଉଠିପଡ଼ି ସାପକୁ ଦେଖି ପରିବାର ବର୍ଗଙ୍କୁ କହିଥିଲେ। ସାପକୁ ମାରି ଦିଆଯାଇଥିଲା। ଆରତୀକୁ ସଙ୍ଗେ ସଙ୍ଗେ ବୁର୍ଲା ଡାକ୍ତର ଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ବୁର୍ଲା ଫାଣ୍ଡି ଅଧିକାରୀ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ । ବ୍ୟବଚ୍ଛେଦ ପରେ ମୃତ ଶରୀରରକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଆରତୀ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ବୟସ ୧୨ ବର୍ଷ। ଆରତୀଙ୍କ ଏହି ଆକସ୍ମିକ ମୃତ୍ୟୁରେ ବାପା ମାଆ ତଥା ପରିବାର ବର୍ଗ ଭାଙ୍ଗି ପଡିଛନ୍ତି।

ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ୩ ଉଦ୍ଧାର

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories