www.samajalive.in
Friday, December 5, 2025
20.1 C
Bhubaneswar

ବ୍ୟବସାୟୀ ଉମାଶଙ୍କର ଓ ବୃଷବ କାଶୀର ନିଆରା ସମ୍ପର୍କ: ଦିନେ ନ ଦେଖିଲେ..

ଫୁଲବାଣୀ: ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ, ସିଏ ଜଣେ ଗ୍ରାହକ ନା ମାଲିକ। ଯେତେ ଗ୍ରାହକ ଥିଲେ ମଧ୍ୟ ଦୋକାନ ଭିତରକୁ ଧସେଇ ପଶେ, ଆଉ ସିଧା ଯାଇ ମାଲିକର ଚୌକି ପାଖରେ। ମୁଣ୍ଡଟିକୁ ନେଇ ମାଲିକର କାନ୍ଧ ଉପରେ ରଖି ଟିକିଏ ଗେହ୍ଲା ହେବ। ଏହା ହେଉଛି ଫୁଲବାଣୀ ସହରରେ ବୁଲୁଥିବା ଏକ ୪ ବର୍ଷର ନାଲି ରଙ୍ଗର ବୃଷବ କାଶୀ ଓ ବ୍ୟବସାୟୀ ଉମା ଶଙ୍କରଙ୍କ ନିଆରା ସମ୍ପର୍କ। କାଶୀ ପ୍ରତିଦିନ ଆସେ ଫୁଲବାଣୀର ବ୍ୟବସାୟ ଅନୁଷ୍ଠାନ ଉମା ଶଙ୍କର ଷ୍ଟୋରକୁ। ମାଲିକ ଉମା ଶଙ୍କରଙ୍କ ପାଖରେ ଟିକିଏ ଗେହ୍ଲା ହେବାକୁ। କଦଳୀ ଗୋଟିଏ ଖାଇବ, ତା ପରେ ଯାଇ ଶୋ’ ରୁମ୍ ମଝିରେ ଶୋଇବ। ସତେ ଯେମିତି ଶୋ’ ରୁମଟି ତାର, ତାର ଖାତିର ନଥାଏ ଗ୍ରାହକ ଥାଆନ୍ତୁ କି ନ ଥାଆନ୍ତୁ। ଘଣ୍ଟାଏ ପରେ ଉଠି ମାଲିକ ହାତରୁ ବିସ୍କୁଟ ଖାଇ ପୁଣି ବଜାରକୁ ବୁଲିବାକୁ ପଳାଏ। କିଏ କହୁଛି ପଶୁ ସମ୍ପର୍କ ଜାଣେନି। ଏ ହେଉଛି ମଣିଷ ଓ ପଶୁ ମଧ୍ୟରେ ନିବିଡ଼ ସମ୍ପର୍କ। ଯେଉଁଠି ସ୍ନେହ ସେଇଠି ପ୍ରେମ, ଉମା ଓ କାଶୀ ଏହାର ପ୍ରକୃଷ୍ଟ ଉଦାହରଣ। ଏହି ପ୍ରେମ ଦୀର୍ଘ ୪ ବର୍ଷର। ବୃଷବ କାଶୀ ଯେତେବେଳେ ଛୋଟଥିଲା ସେହିଦିନଠାରୁ ସେ ନିର୍ଦିଷ୍ଟ ସମୟରେ ଶୋ’ ରୁମକୁ ଆସୁଛି। ଆଜିକୁ ୪ ବର୍ଷ ହୋଇଗଲା, ହେଲେ ଆସିବା ବନ୍ଦ କରିନି। ମାଲିକ ଉମା ମଧ୍ୟ କେବେ ଶୋ ରୁମ ଗହଳି ଅଛି ବୋଲି ବୃଷବ କାଶୀକୁ ଘଉଡ଼ାଇ ନାହାନ୍ତି। ଉମା ଓ କାଶୀଙ୍କର ଏହି ନିବିଡ ସଂପର୍କ ଦେଖିବାକୁ ମଧ୍ୟ ଅନେକ ସମୟରେ ଲୋକେ ଜମା ହେଉଥିବା ଦେଖାଯାଇଛି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories