www.samajalive.in
Monday, December 15, 2025
24.1 C
Bhubaneswar

ଅନ୍ଧବିଶ୍ୱାସ ର କରୁଣ ପରିଣତି, ମହିଳାଙ୍କୁ ଡାହାଣୀ ସନ୍ଦେହରେ ପିଟିପିଟି ହତ୍ୟା ଅଭିଯୋଗ

କେଶଦୁରାପାଳ: ଅନ୍ଧବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରାଙ୍ଗ ଗ୍ରାମରେ।

ସୂଚନାରୁ ପ୍ରକାଶ ଗ୍ରାମର ହିକିନ ମାଝୀଙ୍କ ସ୍ତ୍ରୀ ଦୋଲି ମାଝୀଙ୍କୁ ତାଙ୍କର ସାନ ଯାଆ ସିନିଙ୍ଗା ମାଝୀ ପିଟିପିଟି ହତ୍ୟା କରିଥିବା ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଛି।
ଗତକିଛି ଦିନ ତଳେ ସିନିଙ୍ଗା ମାଝୀଙ୍କ ସମ୍ପର୍କୀୟ ଜଣ୍ଡିସ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ। ଏହାକୁ ନେଇ ଗତକାଲି ରାତିରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଦୋଲି ଶୋଇଥିବା ବେଳେ ତାଙ୍କ ସାନ ଯାଆସିନିଙ୍ଗା ମାଝୀ ଦୋଲି ମାଝୀଙ୍କୁ ଆକ୍ରମଣ କରିଥିଲେ।

- Advertisement -

ଫଳରେ ଘଟଣାସ୍ଥଳରେ ଦୋଲି ଗୁରୁତର ହୋଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଦୋଲି ମାଝୀଙ୍କୁ ଡାହାଣୀ ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଛି ବୋଲି ତାଙ୍କ ପୁଅ ଏବଂ ପୁତୁରା ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକେ ଫେରାର ହୋଇଯାଇଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories