www.samajalive.in
Monday, December 15, 2025
16.1 C
Bhubaneswar

ଆଞ୍ଚଳିକ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା, ଡିଏଭି ଚନ୍ଦ୍ରଶେଖରପୁର ଚାମ୍ପିଅନ

ଇବଥର୍ମାଲ : ଝାରସୁଗୁଡ଼ା ଜିଲା ଇବଥର୍ମାଲ ବନହରପାଲି ରାଜୀବ ଖେଳ ପଡିଆରେ ଚାଲିଥିବା ଡିଏଭି ଆଞ୍ଚଳିକ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଉଦଯାପିତ ହୋଇଯାଇଛି। କ୍ରୀଡ଼ାରେ ଉତ୍ତମ ପ୍ରଦର୍ଶନ କରିଥିବା ବାଳକ ବିଭାଗରୁ ଡିଏଭି ଝାରସୁଗୁଡ଼ାର ରୁଦ୍ରପ୍ରତାପ ବାଗ ଓ ବାଳିକା ବିଭାଗରୁ ଡିଏଭି କଳିଙ୍ଗ କ୍ଷେତ୍ର ଅନୁଗୁଳର ସୁମିରନ ଚୌରାସିଆଙ୍କୁ ଆଥଲେଟିକ ଚାମ୍ପିୟନ ପୁରସ୍କାର ପ୍ରଦାନ କରାଯାଇଥିଲା। ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲକୁ ଆଥଲେଟିକ ଚମ୍ପିୟାନ ଓ ଲାଞ୍ଜିଗଡ଼ ଡିଏଭି ପବ୍ଲିକ ସ୍କୁଲକୁ ରନର୍ସ ଅପ ଭାବରେ ପୁରସ୍କୃତ କରାଯାଇଥିଲା। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭିକୁ ଜୋନାଲ ମିଟ ୨୦୨୩ ଓଭରଅଲ ଚମ୍ପିୟାନ ଓ କଟକ ସିଡିଏ ଡିଏଭିକୁ ଓଭରଅଲ ରନର୍ସ ଅପ ଭାବେ ପୁରସ୍କୃତ କରାଯାଇଥିଲା।

ଡିଏଭି ଓଡ଼ିଶା ଜୋନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର କେଶବ ଚନ୍ଦ୍ର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ଓପିଜିସି ମ୍ୟାନେଜିଂ ଡାଇରେକ୍ଟର ମାନସ ରଞ୍ଜନ ରାଉତ ମୁଖ୍ୟ ଅତିଥି, ଇବଥର୍ମାଲ ମହିଳା କ୍ଳବ ସଭାପତି ତାରକେଶ୍ବରୀ ରାଉତ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।
ଡିଏଭି ଆଞ୍ଚଳିକ ଅଧିକାରୀ ଲୋକନାଥ ପ୍ରଧାନ, ଅତିରିକ୍ତ ଆଞ୍ଚଳିକ ଅଧିକାରୀ ସୁରେନ୍ଦ୍ର ଭୋଇ, ଇପ୍ସିତା ଦାସ, ସ୍ପୋର୍ଟ୍ସ କ୍ଲଷ୍ଟର ଇନଚାର୍ଜ ଲକ୍ଷ୍ମୀକାନ୍ତ ଦେବତା ଓ ରାଜେନ୍ଦ୍ର କୁମାର ବେଦବାକ୍ ଏବଂ ଡିଏଭି ଶିକ୍ଷାନୁଷ୍ଠାନ ସମୂହର ସମସ୍ତ ପ୍ରାନ୍ତର ଅଧ୍ୟକ୍ଷବୃନ୍ଦ ଯୋଗଦେଇଥିଲେ। ଆୟୋଜକ ଅଧ୍ୟକ୍ଷ ପ୍ରଭାକର ମହାନ୍ତି, ଓପିଜିସିର ବରିଷ୍ଠ ଅଧିକାରୀ ରତିକାନ୍ତ ଦାସ, ସନ୍ତୋଷ ଷଡ଼ଙ୍ଗୀ, ପବିତ୍ର ମୋହନ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ଥିଲେ।

- Advertisement -

ପ୍ରକାଶଥାଉ କି ଏହି କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ମୋଟ ୪୮ ଟି ସ୍କୁଲର ୫୨୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଡିଏଭି ଆଞ୍ଚଳିକ ଅଧିକାରୀ ଲୋକନାଥ ପ୍ରଧାନଙ୍କ ସଭାପତିତ୍ବ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଅନୀତା ଭାଗ୍ୟରାଜ ସ୍ୱାଗତ ଭାଷଣ ଉପସ୍ଥାପନ କରିଥିବା ବେଳେ ସ୍ପୋର୍ଟ୍ସ କ୍ଲଷ୍ଟର ଇନଚାର୍ଜ ରାଜେନ୍ଦ୍ର ବେଦବାକ୍ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସୁବ୍ରତ ପୂଜାରୀ, ତୀର୍ଥବାସୀ ସାହୁ, ଦେବାଶିଷ ରାୟ, ଜୟକୁମାର ଦାଶ, ପର୍ଣ୍ଣା ଆଚାର୍ଯ୍ୟ ପ୍ରମୁଖ ମଞ୍ଚପରିଚାଳନାରେ ସହଯୋଗ କରିଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories