ସିମୁଳିଆ ପୁଲିସର ବଡ଼ ସଫଳତା, ବୁଲା ବିକାଳୀଙ୍କ ନିକଟରୁ ୨୯ଟି ମୋବାଇଲ ଜବତ

ସିମୁଳିଆ: ସିମୁଳିଆ ପୋଲିସର ବଡ଼ ସଫଳତା, ଚୋରି ହୋଇଥିବା ଆଇ ଫୋନ ମାଧ୍ୟମରେ ମିଳିଲା ଚୋରି ହୋଇଥିବା ମୋବାଇଲ, ମାତ୍ର ମୁଖ୍ୟ ଆଇ ଫୋନ ପୋଲିସ ହାତରେ ଲାଗି ପାରି ନ ଥିବା ଜଣାପଡିଛି। ଚୋର ସହଯୋଗୀମାନଙ୍କୁ ଅଟକ ରଖି ପୁଲିସ ଆଇଫୋନ ଓ ଚୋରକୁ ଧରିବା ନିମନ୍ତେ ଜାଲ ବିଛାଇଥିବା ଜଣା ପଡ଼ିଛି।
ସୂଚନାରୁ ପ୍ରକାଶ ଭଦ୍ରକ ଜିଲା ଚରମ୍ପା ଡାହାଣୀ ଗଡ଼ିଆ ଅଞ୍ଚଳର ଯଶୋବନ୍ତ ନାରାୟଣ ଦୀକ୍ଷିତ ପରିବାର ସହ ଶନିବାର ଦିନ ସନ୍ଧ୍ୟା ସମୟରେ ଭଦ୍ରକ କାଳି ପୂଜା ବୁଲି ଯାଇଥିବା ବେଳେ ତାଙ୍କର ଏକ ଆଇ ଫୋନଟି ଚୋରୀ ହୋଇଥିଲା। ସେ ଏ ବାବଦରେ ଭଦ୍ରକ ପୋଲିସକୁ ଅଭିଯୋଗ କରିଥିଲେ। ସେ ମୋବାଇଲଟି ସିମୁଳିଆ ଥାନା ଅଞ୍ଚଳର ଥିବାର ଜାଣିବାକୁ ପାଇବା ପରେ ସିମୁଳିଆ ଥାନାରେ ପୁନଃ ଅଭିଯୋଗ କରିଥିଲେ। ଅଭିଯୋଗ ପାଇଁ ସିମୁଳିଆ ଏ ଏସ ଆଇ କିଶୋର ଚନ୍ଦ୍ର ବେହେରା ଓ ସହଯୋଗୀ ମୋବାଇଲ ଥିବା ସ୍ଥାନ ସିମୁଳିଆ ଥାନା ୧୬ନଂ ଜାତୀୟ ରାଜପଥ ତୁଳସୀ ଆଶ୍ରମ ନିକଟରେ ଝାଉଁ ବଣରେ ରହୁଥିବା ବୁଲାବିକାଳୀ ମାନଙ୍କ ଉପରେ ଚଡାଉ କରିଥିଲେ।

prayash

ସେମାନଙ୍କ ନିକଟରୁ ୨୫ରୁ ଉର୍ଦ୍ଧ୍ବ ମୋବାଇଲ ଜବତ କରିବା ସହ ୧୫ରୁ ୨୦ପରିବାରକୁ ଥାନାକୁ ଆଣି ଅଟକ ରଖି ଛାନଭିନ କରୁଥିବା ବେଳେ ମୁଖ୍ୟ ଆଇଫୋନ ଚୋର ପୋଲିସକୁ ଚକମା ଦେଇ ପଶ୍ଚିମବଙ୍ଗ ପଳାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ତେବେ ପୋଲିସ ଆଈଫୋନକୁ ପିଛା କରି ପଶ୍ଚିମବଙ୍ଗରୁ ମୁଖ୍ୟ ଅଭିଯୁକ୍ତକୁ ଧରିବା ନିମନ୍ତେ ଜାଲ ବିଚାଇଥିବା ଜଣା ପଡ଼ିଛି। ମୋବାଇଲ ଚୋରକୁ ପୁଲିସ ଧରିବା ଖବର ପାଇବା ପରେ ଚୋରି ହୋଇଥିବା ମୋବାଇଲ ମାଲିକ ସେମାନଙ୍କ ମୋବାଇଲ ନେବା ନିମନ୍ତେ ସିମୁଳିଆ ପୋଲିସ ଷ୍ଟେସନରେ ଧାଡି ଲଗାଇଥିବା ଦେଖିବାକୁ ମିଳିଛି।

Comments are closed.