ଫିରିଙ୍ଗିଆ : ଗୋଟିଏ ଦିନରେ କଟିଲା ୩୪ ଏକର ବେଆଇନ ଗଞ୍ଜେଇ ଗଛ
ଫୁଲବାଣୀ: କିଛିଦିନ ହେଲା କନ୍ଧମାଳ ଜିଲାରେ ଅପରେସନ ଗଂଜେଇ କଟା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଶନିବାର ଜିଲାର ଗଞ୍ଜେଇ ବ୍ୟବସାୟ ର ପେଣ୍ଠସ୍ଥଳୀ କୁହାଯାଉଥିବା ଫିରିଙ୍ଗିଆ ଥାନା ପକ୍ଷରୁ ଏହି ଅପରେସନ ନୀଳ ଜହର ଅଭିଯାନ ଆରମ୍ଭ କରାଯାଇଛି। ତେବେ ଶନିବାର ଫିରିଙ୍ଗିଆ ପୋଲିସ ପ୍ରଥମେ ଫିରିଙ୍ଗିଆ ପଞ୍ଚାୟତ ର ବିଭିନ୍ନ ଗାଁ ରୁ ଏହି ଅଭିଯାନ ଆରମ୍ଭ କରିଥିବା ବେଳେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଆରମ୍ଭ ହୋଇ ଥିବା ଏହି ଅଭିଯାନରେ ଫିରିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଟୁଣୁରସାହି, ଶିମିଳିସାହି, କପାବୃଡି ଗାଁ ଅଞ୍ଚଳ ର ବିଭିନ୍ନ ଜଙ୍ଗଲଜମି ମାନଙ୍କରେ ବେଆଇନ ଭାବରେ ପ୍ରାୟ ୩୪ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟି ପକାଇବା ସହ ଜାଳି ପୋଡି ନଷ୍ଟ କରି ଦିଆଯାଇଥିବା ଫିରିଙ୍ଗିଆ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ କଟାଯାଇଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ତିନି କୋଟି ୫0 ଲକ୍ଷ୍ୟ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି।
ତେବେ ଶନିବାର ଫିରିଙ୍ଗିଆ ପୋଲିସ ତରଫରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ରେ ଅନ୍ୟମାନଙ୍କ ମଧ୍ୟ୍ୟରେ ଥାନା ଅଧିକାରୀ ଙ୍କ ସହ ଫୁଲବାଣୀ ସଦର ଏସଡିପିଓ ସୁପ୍ରସନ୍ନ ମଲିକ, ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ, ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେ ଉପସ୍ଥିତ ଥିବା ବେଳେ ଥାନାରେ ସମସ୍ତ ଗୃହରଖି ଓ ପ୍ରାୟ ୩0 ଜଣ ଶ୍ରମିକ ନିୟୋଜିତ ହୋଇଥିଲେ I ଅନ୍ୟପଟେ ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିବା ବେଳେ ଏହି ଗଞ୍ଜେଇ କଟାକୁ ନେଇ ଫିରିଙ୍ଗିଆ ଥାନାରେ ୨0୮/୨0୨୩ ରେ ଏକ ମାମଲା ରୁଜୁ ହୋଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
Comments are closed.