www.samajalive.in
Monday, December 15, 2025
16.1 C
Bhubaneswar

ଫଞ୍ଚୁପଲୀ ଗ୍ରାମରେ ବାଘ ଆତଙ୍କ, ଭୟଭୀତ ନହେବାକୁ ବନ ବିଭାଗର ନିବେଦନ

କେଶଦୁରାପାଳ: ଘସି ପୁରା ଥାନା ଅନ୍ତର୍ଗତ ଫଞ୍ଚୁପଲୀ ଗ୍ରାମରେ ଗତ ୧୫ତାରିଖ ଠାରୁ ଏକ ବାଘ ବୈତରଣୀ ନଦୀ କୂଳରେ ଫଞ୍ଚୁପଲୀ ଗ୍ରାମରେ ବୁଲିବା ନେଇ ଆତଙ୍କ ଖେଳିଯାଇଥିବା ଜଣାଯାଇଛି। ଫଞ୍ଚୁପଲୀ ଗ୍ରାମରେ କିଛି ଯୁବକ ଧାନ ବିଲର ଭିଡ଼ିଓ ରେକର୍ଡିଂ କରୁଥିବା ବେଳେ ଏକ ବାଘ ଯାଉଥିବାର ଫଟୋ ରେକର୍ଡ ହୋଇଥିଲା। ଏହାକୁ ନେଇ ଗ୍ରାମରେ ଆତଙ୍କ ଖେଳିଯାଇଥିବା ବେଳେ ବନ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ୧୭ତାରିଖ ଠାରୁ ଘଟଣାସ୍ଥଳରେ ପହଂଚି ଭିଡ଼ିଓର ସତ୍ୟତା ଯାଞ୍ଚ କରିବା ସହ ଚାଷ ଜମିରେ ବାଘର ପାଦଚିହ୍ନ ଦେଖିବାକୁ ପାଇଥିଲେ। ବନ ବିଭାଗ ପକ୍ଷରୁ ପାଦ ଚିହ୍ନର ଫଟୋ ସହ ନମୂନା ପରୀକ୍ଷା ପାଇଁ ଆଣିଥିବାର ଜଣାଯାଇଛି। ଶନିବାର ଦିନ ଡିଏଫଓ ଅଭୟ ଦଳେଇଙ୍କ ନେତୃତ୍ଵରେ ଡେପୁଟି ରେଞ୍ଜର ନବକିଶୋର ନାୟକ, ଫରେଷ୍ଟର ଅନନ୍ତ ଚରଣ ପରିଜା, ମଧୁସୂଦନ ସାହୁ, ସ୍କାର୍ଡ଼ ସଦସ୍ୟ ପ୍ରମୁଖ ବାଘ ଯାତାୟତ କରୁଥିବା ରାସ୍ତାକୁ ପଦାରଖ କରୁଥିବା ଦେଖାଯାଇଛି। ବନ ବିଭାଗ ପକ୍ଷରୁ ବାଘର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ବେଳେ ଲୋକମାନେ ଭୟଭୀତ ନହେବା ପାଇଁ ପରାମର୍ଶ ଦେବାସହ ହଦଗଡ଼ ଅଂଚଳରୁ ଏହି କଲରାପତିରିଆ ବାଘଟି ଆସିଥିବା ସୂଚନା ଦିଆଯାଇଛି।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories