କେଶଦୁରାପାଳ: ଆନନ୍ଦପୁର ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବସ୍ ବ୍ୟବସାୟ ମାରଣ ନୀତିକୁ ବିରୋଧ କରିବା ସହିତ ଆଗାମୀ ଦିନରେ ରାଜ୍ୟ ବ୍ୟାପି ହେବାକୁ ଥିବା ଆନ୍ଦୋଳନ ସଂପର୍କରେ ସୂଚନା ଦିଆଯାଇଛି। ଆନନ୍ଦପୁର ବସ ମାଲିକ ସଂଘର ଉପଦେଷ୍ଟା ଚତୁର୍ଭୁଜ ନାୟକଙ୍କ ସଭାପତିତ୍ବରେ ସମ୍ପାଦକ ନିର୍ମଳ ମିଶ୍ର ବସ୍ ଚଳାଚଳ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଲକ୍ଷ୍ମୀ ବସ୍ ଚଳାଚଳର କୌଣସି ନିର୍ଦ୍ଦିଷ୍ଟ ସମୟ ଓ ରୁଟ ଧାର୍ଯ୍ୟ ହୋଇ ନଥିବା ବେଳେ ଏଭଳି ନୀତି ଦ୍ଵାରା ଘରୋଇ ବସ ଚଳାଚଳ ବ୍ୟାପକ ମାତ୍ରାରେ ପ୍ରଭାବିତ ହେବା ଆସଙ୍କା ରହିଛି । ଯାହା ଫଳରେ ହଜାର ହଜାର ସଂଖ୍ୟାରେ ଘରୋଇ ବସ୍ ମାଲିକ ମାନେ କ୍ଷତି ସହିବେ। ଚଳିତ ମାସ ୩୧ ତାରିଖ ସୁଦ୍ଧା ଦାବୀ ପୁରଣ ନ ହେଲେ ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ମାଲିକମାନେ ବସ ଚଳାଚଳ ବନ୍ଦ କରିବେ ବୋଲି କହିଛନ୍ତି।
Popular Categories



