www.samajalive.in
Sunday, December 14, 2025
19.1 C
Bhubaneswar

ସାଥି ବାଛିବାର ନିଆରା ଯାତ୍ରା, କୁଇ ସମାଜର ଫୁଲ ଯାତ୍ରା

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର କୁଇ ଜନଜାତି ସମ୍ପ୍ରଦାୟର ସାଥୀ ବାଛିବାର ଏକ ନିଆରା ପାରମ୍ପରିକ ଯାତ୍ରା ‘ଫୁଲ ଯାତ୍ରା’। ଏହି ଯାତ୍ରା ଦୀପାବଳି ଯିବାର ସପ୍ତାହକ ମଧ୍ୟରେ ପଡୁଥିବା ଶନିବାର ଦିନ ଅନୁଷ୍ଠିତ ହୁଏ। ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡା ନିକଟବର୍ତ୍ତୀ ଏକ ଆମ୍ବ ତୋଟାରେ ଅନେକ ବର୍ଷ ତଳୁ ଏହି ପର୍ବ ଅନୁଷ୍ଠିତ ହୋଇଆସୁଛି। ବିଶେଷ କରି କୁଇ ସମ୍ପ୍ରଦାୟର ଲୋକମାନେ ଏହି ଯାତ୍ରା ପାଳନ କରିଥାନ୍ତି। ଯାତ୍ରାରେ ବିଭିନ୍ନ ରକମର ସାମଗ୍ରୀ ସହିତ ଲିଆ ଖଜା, ଶିମିଳି କନ୍ଦା ମିଳିଥାଏ।

ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି କନିଆଁ ଝିକା। ଆଦିବାସୀ ଯୁବକ ଯୁବତୀ ଯେଉଁ ମାନେ ଗାଁ ଗାଁରେ ଏପରିକି ଗୋଟିଏ ଗାଁର ଯୁୁୁବକ ମାନେ ମିଶି ଅନ୍ୟ ଅନ୍ୟ ଏକ ଗାଆଁକୁ ଯାଇଥାନ୍ତି ଧୁନ୍ଦୁଣି ଗାଇବା ପାଇଁ। ସେହି ଠାରୁ ହିଁ ସେମାନେ ଜୀବନ ସାଥି ବାଛି ଥାଆନ୍ତି। ଏପରିକି ମନ ଦିଆନିିଆ ହୋଇ କେତେକଙ୍କ ଘର ଲୋକମାନେ ତାହାକୁ ସ୍ବୀକୃତି ଦେଇଥାନ୍ତି ତ ଆଉ କେହି କେହି ତାହାକୁ ବିରୋଧ କରିଥାନ୍ତି। ଏହି କ୍ଷେତ୍ରରେ ସେମାନେ ପୁୁର୍ବରୁ ସଲାସୁତୁରା ହୋଇ ଥାଆନ୍ତି। ଯାତ୍ରା ଦେଖିବାକୁ ଆସୁଥିବା ଯୁବତୀକୁ ଭଲପାଉଥିବା ଯୁବକଙ୍କ ସାଙ୍ଗ ମାନେ ସୁଯୋଗ ଦେଖି ସେଠାରୁ ଝିକିି ନିଅନ୍ତି। ଯେଉଁଥିପାଇଁ ଏହି ଯାତ୍ରାକୁୁ କନିଆଁ ଝିକା ଯାତ୍ରା ବୋଲି କୁୁହାଯାଏ।

- Advertisement -

ଏହାଛଡ଼ା କେହି କେହି ପୁର୍ବରୁ ଏକ ତରଫା ଭଲ ପାଇ ବସିଥା’ନ୍ତି। ସେମାନେ ଏହି ଯାତ୍ରାକୁ ଟାକି ରହିଥାନ୍ତି। ଯୁବତୀ ଜଣକ ସାଥୀ ମେଳରେ ଯାତ୍ରା ଦେଖିବାକୁ ଆସୁଥିବା ବେଳେ ପୁର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଯୁବକର ସାଙ୍ଗ ମାନଙ୍କ ସହଯୋଗରେ ସୁଯୋଗ ଦେଖି ଝିକି ନିଅନ୍ତି। ସେହି ଯୁବତୀଙ୍କୁ ନେଇ ଯୁବକଙ୍କ ଗାଁରେ ଏକ ଘରେ ରଖନ୍ତି। ଯେଉଁଠାରେ କି ଗାଁର ଯୁବତୀ ମାନେ ତାକୁ ଜଗିବା ସହିତ ଗପସପ କରି ମନ କିଣିବାକୁ ଚେଷ୍ଟା କରିଥାନ୍ତି। ତା’ ଛଡ଼ା ଯୁବତୀ ଜଣକ ପରିବାର ଲୋକଙ୍କ ସହିତ ଆଲୋଚନା ହୋଇଥାଏ। ପ୍ରାୟ ସପ୍ତାହେ ଧରି ଏହି ପରି ଭାବରେ ରଖାଯାଇଥାଏ। ଏହି ସମୟ ମଧ୍ୟରେ ଯଦି ଯୁବତୀ ଜଣକ ମନ ବଦଳେ ଅବା ବିବାହ ପାଇଁ ସମ୍ମତି ମିଳେ ତା’ ହେଲେ ସମ୍ପୃକ୍ତ ଯୁବକଙ୍କ ସହିତ ତା’ ର ବାହାଘର ହୋଇଥାଏ। ନତୁବା ତାଙ୍କ ଗ୍ରାମର ମୁରବି ତୁଲ୍ୟ ଲୋକ ମାନଙ୍କୁ ଡାକି ତାଙ୍କ ଜିମା ଦିଆଯାଇ ବାହୁଡ଼ାଇ ଦିଆଯାଇଥାଏ। ପୁର୍ବରୁ ଏହି ଯାତ୍ରାରେ ବହୁ ସଂଖ୍ୟାରେ କନିଆଁ ଝିକା, ଏପରିକି ଇଛା ବିରୁଦ୍ଧରେ ଏହି ପରି କନିଆଁ ଝିକା ସମୟରେ ମାରପିଟ ସହିତ ଗଣ୍ଡଗୋଳର ସୂତ୍ରପାତ ହୋଇଥାଏ। ଯେଉଁଥିପାଇଁ ସ୍ଥାନୀୟ ପୁଲିସ ପକ୍ଷରୁ ଆଇନ ଶୃଙ୍ଖଳା ପାଇଁ ବନ୍ଦୋବସ୍ତ କରାଯାଇଥାଏ। ଏହି ଯାତ୍ରା ଦେଖିବାକୁ ଅବିଭକ୍ତ କୋରାପୁଟ ଜିଲାର କାଶୀପୁର ସମେ ରାୟଗଡା, ଦଶମନ୍ତପୁର, ନାରାୟଣପାଟଣା, ବନ୍ଧୁଗାଁ ଆଦି ଅଞ୍ଚଳରୁ ଲୋକମାନେ ପିଲା ଛୁଆ ଧରି ଯାତ୍ରା ଦେଖିବାକୁ ଆସିଥା’ନ୍ତି।

ଏହି ଯାତ୍ରା କାହିଁ କେଉଁ କାଳରୁ ଏହି ଆମ୍ବତୋଟା ନିକଟରେ ଅନୁଷ୍ଠିତ ହୋଇଆସୁଛି। ଯାତ୍ରା ଦିନ ବିରିଗୁଡା ଗ୍ରାମର ଯାନୀଙ୍କ ଘରୁ ଏକ ପ୍ରଜ୍ବଳିତ ଦ୍ବୀପ ଗୁଡି ନିକଟକୁ ଶୋଭାଯାତ୍ରାରେ ଅଣାଯାଇଥାଏ। ଏଠାରେ ବେଜୁଣୀ ଯାନୀଙ୍କ ଦ୍ବାରା ପୂଜା ସହିତ ନଡିଆ, କଦଳି ଭୋଗ ସହିତ ଛେଳି କୁକୁଡା ବଳି ଦିଆଯାଏ। ପୁର୍ବରୁ ଏହି ଯାତ୍ରାରେ ବହୁସଂଖ୍ୟକ କନିଆଁ ଝିକା ହେଉଥିଲା ବେଳେ ଏବେ ଅଧିକ ସଂଖ୍ୟାରେ ହେଉନାହିଁ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories