ବିଦ୍ୟାଳୟରେ ନିମ୍ନ ମାନର ଖାଦ୍ୟ ଯୋଗାଣ ଅଭିଯୋଗ
ଫୁଲବାଣୀ : କନ୍ଧମାଳ ଜିଲା ରାଇକିଆ ବ୍ଲକ ସଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଯୋଗାଣ ଅଭିଯୋଗ ହୋଇଅଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଆଜି ଅଭିଭାବକ ମାନେ ଏକ ବୈଠକରେ ଯୋଗ ଦେବା ପାଇଁ ବିଦ୍ୟାଳୟକୁ ଆସିଥିଲେ ବୈଠକ ସାରିବା ପରେ ମଧ୍ୟାହ୍ନ ଭୋଜନ କିପରି ରୋଷେଇ ହେଉଛି ଦେଖିବାକୁ ଯାଇଥିଲେ। ଶନିବାର ଆଜି ଖାଦ୍ୟ ସାରଣୀ ପ୍ରକାରେ ଆଜି ଭାତ ସହ ଅଣ୍ଡା ତରକାରୀ। ଅଣ୍ଡା ତରକାରୀରେ କେବଳ ଅଣ୍ଡା ସହ କେବଳ ପାଣି ଝୋଳ ଥିବା ଦେଖି ଅଂସନ୍ତୁଷ୍ଟ ପ୍ରକାଶ କରିବା ସହ ଲିଖିତ ଭାବେ ରାଇକିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ଶିକ୍ଷା ଅଧିକାରର ନିୟମ ପ୍ରକାରେ ମଧ୍ୟାହ୍ନ ଭୋଜନ ସୁବ୍ୟବସ୍ଥା ଉପରେ ପ୍ରାଧ୍ୟାନ ଦେବା ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ ଏହି ବ୍ୟତିକ୍ରମ ହୋଇଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।
ଯୋଗାଣ ପରିମାଣ କମ ଥିବାରୁ ଆଜି କିଛି ଛାତ୍ର ଛାତ୍ରୀ ଭାତ ପାଇଲେ ନାହିଁ ଆଉ କିଛି ଅଣ୍ଡା ନ ପାଇ କେବଳ ଭାତ ଖାଇଲେ। ଅଭିଯୋଗ ପାଇବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଦ୍ୟାଳୟ ଯାଇ ସମସ୍ତ ଅବ୍ୟବସ୍ଥା କୁ ଦେଖିବା ସହ ଅଭିଭାବକଙ୍କ ସହ ଏହାର ସମାଧାନ ନେଇ ପ୍ରତିଶ୍ରୁତି ଦେବା ସହ ଆଲୋଚନା କରିଥିଲେ। ଏନେଇ ଅଭିଭାବକ ମମତା ବେହେରା କହିଛନ୍ତି ପିଲା ମାନଙ୍କୁ କେବଳ ଭାତ ଏବଂ ଅଣ୍ଡା ପାଣି ଯୋଗାଣ ହେଉଛି ଅଭିଯୋଗ କଲେ କେହି ଶୁଣୁନାହାନ୍ତି କହିଛନ୍ତି, ସେହିପରି ଗଲିୟାତ ଦିଗାଳ ଅଭିଯୋଗ କରିଛନ୍ତି ପିଲା ମାନଙ୍କୁ ଅସ୍ୱାସ୍ଥ୍ୟକର ପରିବଶରେ ଭାତ ସହ କେବଳ ଅଣ୍ଡା ଆଉ ପାଣି ଝୋଳ ଦିଆଯାଉଅଛି ପରିମାଣ କମ ଦିଆଯାଉଥିବାରୁ କିଛି ଛାତ୍ରଛାତ୍ରୀ ମାନଙ୍କୁ ମିଳିନଥିବା କହିଛନ୍ତି।
ପିଲାମାନଙ୍କୁ ଅସ୍ୱାସ୍ଥ୍ୟକର ପରିବେଶ ସହ ପିଇବା ପାଇଁ ପାଣି ମଧ୍ୟ ମିଳୁନଥିବା ଅଭିଯୋଗ କରିଛନ୍ତି। ଖାଦ୍ୟ ନମିଳିବା ଛାତ୍ରଛାତ୍ରୀ ମାନଙ୍କୁ କେବଳ ଶୁଖିଲା ବିସ୍କୁଟ ପ୍ରଦାନ କରାଯାଉଅଛି। ଏ ନେଇ ରାଇକିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ି ବନ୍ଧୁ ବେହେରା ଙ୍କ ଯୋଗାଯୋଗ କରିବାରୁ ସେ କହିଛନ୍ତି ମଧ୍ୟାହ୍ନ ଭୋଜନ କୁପରିଚାଳନା ନିମିତ ଏକ ଲିଖିତ ଅଭିଯୋଗ ଅଭିଭାବକ ମାନେ ଦେଇଛନ୍ତି ଏହାର ତଦନ୍ତ କରି ସତ୍ୟତା ଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବୋଲି ସୂଚନା ଦେଇଛନ୍ତି।
Comments are closed.