ବୈକୁଣ୍ଠ ସମାନ ଆହା ଅଟେ ସେହି ଘର…

ଶରତ କୁମାର ମହାପାତ୍ର

ଯୌଥ ପରିବାର ସାମାଜିକ ସଙ୍ଗଠନର ମୂଳପିଣ୍ଡ ହୋଇଥିବାରୁ ଏହା ସାର୍ବଜନୀନ ଅନୁଷ୍ଠାନର କାର୍ଯ୍ୟ କରିଥାଏ। ସେଥିପାଇଁ ବ୍ୟକ୍ତିଗତ ପାର୍ଥକ୍ୟ ଥିବା ସତ୍ତ୍ବେ ପ୍ରତ୍ୟେକ ବ୍ୟକ୍ତି ଏକ ମନ, ଏକ ପ୍ରାଣ ହୋଇ ପରସ୍ପରର ଦୁଃଖସୁଖ ବାଣ୍ଟିବାକୁ ପବିତ୍ର କାର୍ଯ୍ୟ ରୂପେ ବିବେଚନା କରନ୍ତି ା ଏକତ୍ର ରହିବାରେ ଏବଂ ରୋଷେଇ, ପୂଜାବିଧି ଓ ଧନସମ୍ପତ୍ତିକୁ ସାଧାରଣ କରିବାରେ ସେମାନଙ୍କ ମଧ୍ୟ‌ରେ ପକ୍ଷପାତିତା ନଥାଏ। ତେଣୁ ପ୍ରାଚୀନ କାଳରୁ ହିନ୍ଦୁ ଯୌଥ ପରିବାର ନିଜର ସମସ୍ତ ମୌଳିକ ବୈଶିଷ୍ଟ୍ୟକୁ ଗ୍ରହଣକରି ସ୍ବତନ୍ତ୍ରତା ରକ୍ଷା କରିଆସିଛି ା ସାଧାରଣତଃ ପରିବାରର ବୟୋଜ୍ୟେଷ୍ଠ ପୁରୁଷ ବ୍ୟକ୍ତି ଗୃହକର୍ତ୍ତା ରୂପେ ଅଧିଷ୍ଠିତ ହୁଅନ୍ତି ଏବଂ ତାଙ୍କ ନିର୍ଦେଶରେ ବୃହତ୍‌ ଯୌଥ ପରିବାର ପରିଚାଳିତ ହୁଏ। ଏହା ଏକ ସମାଜବାଦୀ ପରମ୍ପରା ହୋଇଥିବାରୁ ପାରସ୍ପରିକ ଅଧିକାର ଏବଂ ନୈତିକ କର୍ତ୍ତବ୍ୟ ପ୍ରତି ସମସ୍ତେ ସଚେତନ ଥାଆନ୍ତି। ସେଥିପାଇଁ ଯୌଥ ପରିବାର‌େ‌ର ବୃଦ୍ଧ, ଶିଶୁ ଓ ମହିଳାଙ୍କୁ ଅବହେଳା କରାଯାଏ ନାହିଁ ା ସମସ୍ତଙ୍କ ପ୍ରତି ସାଧାରଣ ନିୟମ ପ୍ରଚଳିତ ଥିବାରୁ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ତଥା ଧର୍ମିକ ପ୍ରଗତି ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ଥାଆନ୍ତି।

ତେବେ, ଯୌଥ ପରିବାର ପ୍ରସଙ୍ଗରେ ଗ୍ରାମୀଣ ଓ ସହରୀ ଜୀବନ ବିତାଉଥିବା ଲୋକଙ୍କ ଜୀବନଚର୍ଯ୍ୟା ଉପରେ ଯଦି ଦୃଷ୍ଟିପାତ କରିବା, ବାହ୍ୟ ଚାକଚକ୍ୟରେ ଆକର୍ଷିତ ହୋଇ ଗାଆଁରେ ରହୁଥିବା ଅନେକ ଲୋକ ବ୍ୟବସାୟ, ଚାକିରି କିମ୍ବା ଶିକ୍ଷା ଉଦ୍ଦେଶ୍ୟରେ ସହରାଭିମୁଖୀ ‌େହଉଛନ୍ତି। ସହରକୁ ଆସିବା ପରେ ପ୍ରକୃତ ଉଦ୍ଦେଶ୍ୟ ସାଧନ ନ କରି ରାତାରାତି କୋଟିପତି ବା ଯଶ, ପ୍ରତିଷ୍ଠା ଅର୍ଜନ କରିବାର ଦୁର୍ବାର ଲାଳସାର ବଶବର୍ତ୍ତୀ ହେଉଛନ୍ତି। ସେ ଭିତରୁ ଅନେକ ଅସଦ୍‌ବାଟ ଅବଲମ୍ବନ କରି ବିପଥଗାମୀ ହେଉଛନ୍ତି ଏବଂ ଅସୁସ୍ଥ ପ୍ରତିଯୋଗିତାରେ ସାମିଲ ହେଉଛନ୍ତି। ଦେଖାଯାଉଛି ଅଧିକାଂଶ ଗ୍ରାମୀଣ ଲୋକ ସହରରେ ଦାଦନଶ୍ରମିକ ଭଳି ଅହର୍ନିଶ ଅକ୍ଳାନ୍ତ ପରିଶ୍ରମ କରି ଯନ୍ତ୍ରମାନବ ସଦୃଶ ବଞ୍ଚୁଛନ୍ତି, ସଂକୀର୍ଣ୍ଣ ମାନସିକତା ଓ ପରିବେଶରେ ବଞ୍ଚି ରହିବାଟାକୁ ଆପଣାଇ ନେଉଛନ୍ତି।

କହିବାର ଉଦ୍ଦେଶ୍ୟ ହେଲା, ଆମେମାନେ ପ୍ରାୟତଃ ସହରରେ ‘ହାଉସ’(ସୁଦୃଶ୍ୟ ସୌଧ) ଓ ଗ୍ରାମରେ ‘ହୋମ୍‌’(ଜନ୍ମସ୍ଥାନ)ରେ ବସବାସ କରୁ। ଗାନ୍ଧିଜୀ କହିଥିଲେ ପଲ୍ଳୀଜୀବନରେ ପ୍ରକୃତ ଭାରତର ଆତ୍ମା ଅଛି। ଏବେ ଯେଉଁ ଯୁବପିଢ଼ି ଗାଆଁରେ ଅଛନ୍ତି ସେମାନଙ୍କ ଭିତରୁ ଅନେକଙ୍କ ମାନସିକତାରେ କଳୁଷତା ପ୍ରବେଶ କରୁଛି। ନ୍ୟସ୍ତ ରାଜନୀତି ଓ ନାନା ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ଲକ୍ଷ୍ୟହୀନ ଭାବେ ଜୀବନଯାପନ କରୁଛନ୍ତି। ପିତାମାତା ତଥା ଭାଇ, ସହୋଦରଙ୍କୁ କୃଷିକ୍ଷେତ୍ରରେ‌ ସାହାଯ୍ୟ କରିବାର ମନୋବୃତ୍ତି ନାହିଁ କି ଅନ୍ୟ କୌଣସି ଗଠନମୂଳକ କାର୍ଯ୍ୟ କରିବାରେ ଆଗ୍ରହ ନାହିଁ। ସେହିପରି ଗ୍ରାମର ରୂପରେଖ ବଦଳିଯାଇଛି। ଯେଉଁଠି ଚାଳଘର ଥିଲା ସେଠାରେ ଅଟ୍ଟାଳିକା ନିର୍ମାଣ ହେଉଛି। ପୂର୍ବର ଯୌଥ ପରିବାର ନାହିଁ। ପ୍ରାଚୀନ ପରିବାରର ଗରିମା, ପାରସ୍ପରିକ ସଦ୍‌ଭାବ ଓ ସଂପ୍ରୀତି, ଆତ୍ମୀୟତା ଆଦି ଆଉ ସହଜରେ ଦେଖିବାକୁ ମିଳୁ ନାହିଁ।

ଅନ୍ୟପକ୍ଷରେ, ଶିଳ୍ପବିପ୍ଳବ ପରେ ବହୁ କଳକାରଖାନା ଓ ବ୍ୟାବସାୟିକ ପ୍ରତିଷ୍ଠାନ ବିଭନ୍ନ ସ୍ଥାନରେ ପ୍ରତିଷ୍ଠା ହେଲା। ଗ୍ରାମାଞ୍ଚଳର ବହୁ ଲୋକ ଚାକିରି ତଥା କାମ ଅନ୍ବେଷଣରେ ସହରାଭିମୁଖୀ ହେଲେ। ସହରରେ ବାସଗୃହର ଆବଶ୍ୟକତା ଅତିମାତ୍ରରେ ବଢ଼ିଗଲା ା ଯେଉଁମାନେ ବାସସ୍ଥଳୀ ସନ୍ଧାନରେ ଥିଲେ ସେମାନେ ବ୍ୟକ୍ତିକୈନ୍ଦ୍ରିକ ପରିବାରରେ ରହିବା ଭଳି ବ୍ୟବସ୍ଥାକୁ ଅଧିକ ପସନ୍ଦ କଲେ ା କେତେକ କ୍ଷେତ୍ରରେ ରକ୍ଷଣଶୀଳ ବାପାଙ୍କର ଏକମୁଖୀ ଅନୁଶାସନ, ରୂଢ଼ୀବାଦୀ ମତ ଓ ଚିନ୍ତାଧାରାକୁ ଯୁବପିଢ଼ି ଉପରେ ଲଦି ଦେବା ପାରିବାରିକ ଅଶାନ୍ତି ଓ ବିଶୃଙ୍ଖଳାର କାରଣ ପାଲଟିଲା। ମାନସିକ ଚାପଗ୍ରସ୍ତ ଓ ଅଶାନ୍ତି -ଅସନ୍ତୋଷର ଦାବାନଳରେ ଦଗ୍ଧୀଭୂତ ହୋଇ ଯୁବପିଢ଼ି ଯୌଥ ପରିବାରରେ ରହିବାକୁ ଆଉ ପସନ୍ଦ କଲେ ନାହିଁ। ଏମାନେ ରକ୍ଷଣଶୀଳ ପିତାମାତାଙ୍କର ବନ୍ଧନରୁ ମୁକ୍ତ ହୋଇ ସ୍ବତନ୍ତ୍ର ବାସଗୃହ ସନ୍ଧାନରେ ବାହାରିଲେ।

prayash

କହିବାକୁ ଗଲେ ଯୁବପିଢ଼ିର ସ୍ବତନ୍ତ୍ର ଜୀବନାଦର୍ଶ ଅଛି, ଏମାନେ ସମୟ ସହିତ ତାଳଦେଇ ଗତି କରିବାକୁ ଚାହାନ୍ତି। ମାତ୍ର ଏକ ଛାତତଳେ ଏହା ସମ୍ଭବ ନହେବାରୁ ପାରିବାରିକ ବିଭାଜନ ସୃଷ୍ଟି ହେଲା। ଉଗ୍ର ଆଧୁନିକତାର ମାନସିକତା ପ୍ରଭାବରେ ଗ୍ରାମୀଣ ଜୀବନ ପ୍ରତି ବୀତସ୍ପୃହ ମନୋଭାବ ଏବଂ ଭୋଗସର୍ବସ୍ବ ଜୀବନ ବିତାଇବାର ମନୋବୃତ୍ତି ଯୋଗୁଁ ଯୌଥ ପରିବାରର ଶକ୍ତି ଆଜି ନିଷ୍କ୍ରିୟ ହେବାରେ ଲାଗିଛି ଏବଂ ଯୁବପିଢ଼ି ଏକକ ପରିବାରକୁ ଆପଣାଇବାରେ ଲାଗିଛନ୍ତି ।

ହେଲେ ଯୌଥ ପରିବାରର ବିଲୟ ଯୋଗୁଁ ପାରିବାରିକ ବିଶୃଙ୍ଖଳା, ମନୋମାଳିନ୍ୟ, ମନାନ୍ତର, ମତାନ୍ତର, ଏକମନ ଏକପ୍ରାଣରେ କାର୍ଯ୍ୟ କରିବାର ଐକାନ୍ତିକତା, ନିଷ୍ଠା, ଆଗ୍ରହ କ୍ରମଶଃ ଲୋପପାଉଛି। ଯୌଥ ପରିବାରରେ ବାପା, ମାଆ, ଦାଦା, ଖୁଡ଼ୀ, ଭାଇଭଉଣୀ, ଜେଜେମା, ଜେଜେବାପା ଆଦି ପରିବାରର ଅଂଶବିଶେଷ ଥିଲେ। ସେମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା, ସହଯୋଗିତା, ସହଭାଗିତା, ଆତ୍ମୀୟତା ଓ ସୌହାର୍ଦ୍ଦ୍ୟ ବିରାଜମାନ କରୁଥିଲା। ମାତାପିତା ସେମାନଙ୍କର ସନ୍ତାନସନ୍ତତିଙ୍କୁ ସୁନାଗରିକ ହେବା ପାଇଁ ଉତ୍ତମ ଭିତ୍ତିଭୂମି ସୃଷ୍ଟି କରୁଥିଲେ। ଫଳତଃ ପରିବାରର ଉଚ୍ଚାଦର୍ଶ ତଥା ସେବା ଓ ପରୋପକାରିତା ପ୍ରାଧାନ୍ୟ ଲାଭ କରୁଥିଲା; କିନ୍ତୁ ଆଜି ପରିବାରରେ ରହୁଥିବା ସଦସ୍ୟମାନଙ୍କର ମନ ସନ୍ଦେହାଚ୍ଛନ୍ନ। ଘୋର ସଂଶୟ, ଆଶଙ୍କା ଓ ଦ୍ବନ୍ଦ୍ବ ମଧ୍ୟରେ ମାନସିକ ଭାରସାମ୍ୟ ହରାଇବାରେ ଲାଗୁଛନ୍ତି। ସାମାଜିକ, ପାରିବାରିକ, ସାଂସ୍କୃତିକ ଓ ଧାର୍ମିକ କ୍ଷେତ୍ରରେ ଯୌଥ ପରିବାରର ଯେଉଁ ସହଯୋଗିତା ଥିଲା ତାହା ଚୂରମାର ହୋଇଯାଉଛି। ‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର ,ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।’- ଏହି ଉକ୍ତିର ଯଥାର୍ଥତା ଆଜି ଖୋଜି ବସିଲେ ହତାଶ ହେବାକୁ ପଡ଼ୁଛି।

ଏକାନ୍ନବର୍ତ୍ତୀ ପରିବାର ମଧ୍ୟରେ ମାତାପିତାଙ୍କର ଅମୂଲ୍ୟ ସ୍ନେହ, ଭାଇଭଉଣୀଙ୍କ ମଧ୍ୟରେ ଥିବା ନିଷ୍କପଟ ପ୍ରୀତିବନ୍ଧନ, ଭକ୍ତିପୂର୍ବକ ମାତାପିତା ଓ ଗୁରୁଜନଙ୍କର ଆଜ୍ଞା ପାଳନ ଇତ୍ୟାଦି ଆଦର୍ଶ ପରିବାର ସୃଷ୍ଟି କରିଥାଏ। ଏପରି ଆଦର୍ଶ ପରିବାରରେ ବଢ଼ିଥିବା ପିଲାମାନେ ଦେଶ ଓ ଦଶର ଗୌରବ ବୃଦ୍ଧି ପାଇଁ ଯତ୍‌ପରୋନାସ୍ତି ପ୍ରଯତ୍ନଶୀଳ ହୋଇଥାଆନ୍ତି। ହେଲେ ଏବେକାର ପିଲାମାନେ ଭଲ ଚାକିରି କରି କିମ୍ବା ବଡ଼ ବ୍ୟବସାୟ କରି ଦେଶ ବିଦେଶରେ ନିଜର ପ୍ରତିପତ୍ତି, ଆଧିପତ୍ୟ ବିସ୍ତାର କରି ବିଳାସ ବ୍ୟସନରେ କାଳାତିପାତ କରିବାକୁ ଦୃଢ଼ ନିଷ୍ପତ୍ତି ନେଉଛନ୍ତି । କ୍ଷମତା ଓ ପ୍ରତିଷ୍ଠାରେ ମଦମତ୍ତ ‌େ‌ହାଇ ଅବିବେକୀ ଓ ଅମାନବୀୟ କାର୍ଯ୍ୟରେ ଲିପ୍ତ ହେଉଛନ୍ତି, ଏମାନଙ୍କ ପାଇଁ ମାଟି ଓ ମାଆ ସାତପର ମନେହେଉଛି ।

ଏ ସବୁ ସତ୍ତ୍ବେ ଏବର ପରିସ୍ଥିତି ସମୟ ଓ ପରିବର୍ତ୍ତିତ ପରିସ୍ଥିତି ଯୋଗୁଁ ଯୌଥ ପରିବାରର ସମସ୍ତ ବୈଶିଷ୍ଟ୍ୟକୁ ଆଧାର କରି ଏକକ ପରିବାର ଗଢ଼ିଉଠିବା ଦରକାର। ଏପରି ହେଲେ ପରିବାରର ସମସ୍ତଙ୍କ ମଧ୍ୟରେ ନୈତିକ ଓ ଆର୍ଥିକ ଶୃଙ୍ଖଳା, ମାର୍ଜିତ ଆଚରଣ ଓ ସୁସ୍ଥ ପ୍ରତିଯୋଗୀ ମନୋଭାବ ଯଥେଷ୍ଟ ବୃଦ୍ଧିପାଇବ। ଆଦର୍ଶ ପରିବାର ଗଠନ ପାଇଁ ପ୍ରଥମେ ଉତ୍ତମ ଭିତ୍ତିଭୂମି ସୃଷ୍ଟି ହେବା ଜରୁରୀ ା ଉତ୍ତମ ବୁଝାମଣା ସହ ଆବେଗିକ ବନ୍ଧନ ସୃଷ୍ଟି କରିବା ସହ ଧୈର୍ଯ୍ୟ, ତ୍ୟାଗ ଓ ସହନଶୀଳତାକୁ ଗୁରୁତ୍ବ ଦେବା ଜରୁରୀ । ବ୍ୟକ୍ତିଗତ ସ୍ବାର୍ଥ ଅପେକ୍ଷା ସାମୂହିକ ସ୍ବାର୍ଥ ପ୍ରତି ଗୁରୁତ୍ବ ଦେଇ ପାରିବାରିକ ଉନ୍ନତି ପାଇଁ ଗଠନମୂଳକ, ବିକାଶୋନ୍ମୁଖୀ, ବାସ୍ତବବାଦୀ ଅାଭିମୁଖ୍ୟ ପୋଷଣ କରାଯିବା ଉଚିତ। ଘରର ମୁରବି ବିବଦମାନ ପରିସ୍ଥିତିରୁ ଦୂରେଇ ରହି ପାରିବାରିକ ଶାସନରେ କ୍ରୂରତା, କଠୋରତା ବର୍ଜନ କରି ପରିବାରର ସର୍ବାଙ୍ଗୀନ ଉନ୍ନତି ନିମିତ୍ତ ପ୍ରୀତିଭରା, ସ୍ନେହଶୀଳ ବାକ୍ୟ ପ୍ରୟୋଗ କରି ସମସ୍ତଙ୍କର ଶ୍ରଦ୍ଧାଭାଜନ ହେ‌େ‌ଲ ସମସ୍ତଙ୍କ ହୃଦୟ ଜିଣିପାରିବେ, ଘର ଭାଙ୍ଗିବ ନାହିଁ, ପରିବାରରେ ସୁଖଶାନ୍ତି ବିରାଜମାନ କରିବ। ଏଥିପାଇଁ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ଆଚରଣ, ଉଚ୍ଚାରଣ ଓ ଚିନ୍ତନରେ ସ୍ବଚ୍ଛତା, ଶାଳୀନତା, ଉଦାରତା, ଆନ୍ତରିକତା, ଏକାତ୍ମଭାବ ପ୍ରକଟିତ ହେବା ଉଚିତ ା ସମସ୍ତେ ବୁଝିବା କଥା ଯେ ଧନ ଦ୍ବାରା ଭୌତିକ ସୁଖ ମିଳିପାରେ; ପାରମାର୍ଥିକ ସୁଖ ନୁହେଁ। ଏଥିପାଇଁ କୁହାଯାଏ : ତୁମେ ଏକ ସୁରମ୍ୟ ଅଟ୍ଟାଳିକା କିଣିପାରିବ,ମାତ୍ର ଘର ନୁହେଁ। ତୁମେ ଏକ ସୌଖୀନ ଘଣ୍ଟା କିଣିପାରିବ; ମାତ୍ର ସମୟ ନୁହେଁ। ତୁମେ ସୁକୋମଳ ଶଯ୍ୟା କିଣିପାରିବ; ମାତ୍ର ନିଦ୍ରା ନୁହେଁ। ତୁମେ ଔଷଧ କ୍ରୟ କରିପାରିବ; ମାତ୍ର ସୁସ୍ଥ ସ୍ଥାସ୍ଥ୍ୟ ନୁହେଁ। ତୁମେ ବୀମା କ୍ରୟ କରିପାରିବ; ମାତ୍ର ନିରାପତ୍ତା ନୁହେଁ।

kalyan agarbati

Comments are closed.