www.samajalive.in
Sunday, December 7, 2025
26.1 C
Bhubaneswar

ବିରଳ ଶିବ-ପାର୍ବତୀ ମୂର୍ତ୍ତି ଉଦ୍ଧାର, ସୁରକ୍ଷା ଓ ସଂରକ୍ଷଣ ପାଇଁ ଷୋଳମପୁର ସଂଗ୍ରହାଳୟକୁ ହସ୍ତାନ୍ତର

ଭଣ୍ଡାରିପୋଖରୀ: ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ ସାହାରାଗଡିଆ ଗ୍ରାମରୁ ବିରଳ ଶିବ-ପାର୍ବତୀ ମୂର୍ତ୍ତି ଉଦ୍ଧାର ହୋଇଛି। ଗ୍ରାମର ମାୟାଧର ବେହେରା ଘରକାମ କରିବାକୁ ବୈତରଣୀ ନଦୀରୁ ଟ୍ରାକ୍ଟର ଯୋଗେ ବାଲି ଆଣିଥିଲେ। ଶନିବାର ସନ୍ଧ୍ୟା ସମୟରେ ଟ୍ରାକ୍ଟର ଚାଳକ ମାୟାଧରଙ୍କ ଘର ଆଗରେ ବାଲି ଅନଲୋଡ କରିଦେଇଥିଲା। ରବିବାର ଘର କାମ ପାଇଁ ଶ୍ରମିକଙ୍କ ସହିତ ବାଲି ନେବାକୁ ମାୟାଧର ଆସି ଏକ କଳା ପଥର ଦେଖିଥିଲେ। ବାଲି ଆଡେଇ ଏକ ଶିବ ପାର୍ବତୀ ମୂର୍ତ୍ତି ଦେଖିବାକୁ ପାଇ ଆଶ୍ଚର୍ୟ୍ୟ ହୋଇଯାଇଥିଲେ।

ଏହି ଖବର ଶୁଣି ଶହ ଶହ ଲୋକଙ୍କ ଭିଡ ଜମିଯାଇଥିଲା ମାୟାଧରଙ୍କ ଘରେ। ମାୟାଧରଙ୍କ ପରିବାର ସମେତ ସ୍ଥାନୀୟ ଲୋକେ ଏହି ମୂର୍ତ୍ତିକୁ ପୂଜାର୍ଚ୍ଚନା କରିଥିଲେ। ମାୟାଧର ଏହି ମୂର୍ତ୍ତିଟି ବିଷୟରେ ଅଧିକ ଜାଣିବା ସହିତ ଏହାର ସୁରକ୍ଷା ଓ ସଂରକ୍ଷଣ ପାଇଁ ସ୍ଥାନୀୟ ଇନଟାକ ସଦସ୍ୟ ବିଶ୍ବମ୍ବର ରାଉତଙ୍କୁ ସମାଜସେବୀ ସରୋଜ ସ୍ୱାଇଁ ଓ ସୁଧାଂଶୁ ବେହେରାଙ୍କ ମାଧ୍ୟମରେ ଖବର ଦେଇଥିଲେ। ଗ୍ରାନାଇଟ ଶିଳାରେ ନିର୍ମିତ ଏହି ବିରଳ ଦେଢ ଫୁଟ ଉଚ୍ଚତା ବିଶିଷ୍ଟ ଶିବ ପାର୍ବତୀଙ୍କ ସହିତ ଶିବଗଣ ଥିବା ମୂର୍ତ୍ତି ଚିହ୍ନି ସଂସ୍କୃତି ବିଭାଗ ଓ ବିଶିଷ୍ଟ ପ୍ରତ୍ନତତ୍ତ୍ବବିତ୍ ଡକ୍ଟର ସୁନୀଲ ପଟ୍ଟନାୟକଙ୍କୁ ଶ୍ରୀ ରାଉତ ସୂଚନା ଦେଇଥିଲେ। ଏହି ମୂର୍ତ୍ତିଟି ଏକାଦଶ ଶତାବ୍ଦୀର ରାବଣାନୁଗ୍ରହ ଶିବ ପାର୍ବତୀଙ୍କ ମୂର୍ତ୍ତି ବୋଲି ଚିହ୍ନଟ କରିବା ସହିତ ସୋମବଂଶୀ ରାଜା କର୍ଣ୍ଣ କେଶରୀଙ୍କ ରାଜତ୍ବ କାଳରେ ନିର୍ମିତ ବୋଲି ଡକ୍ଟର ପଟ୍ଟନାୟକ ମତ ଦେଇଥିଲେ।

- Advertisement -

ଏଥି ସହିତ ଏହି ମୂର୍ତ୍ତିରେ କଳାକୃତି ବିରଳ ବୋଲି କହିଥିଲେ। ଏହି ମୂର୍ତ୍ତିରେ ଶିବ ଓ ମୁଖ ବିହୀନ ପାର୍ବତୀ କୈଳାସ ପର୍ବତ ଉପରେ ରାଜକୀୟ ଆସନରେ ବୃଷଭ ଓ ସିଂହ ବାହାନରେ ବସିଥିବା ଓ ଦୁଇ ପାର୍ଶରେ ଗଣେଶ, କାର୍ତ୍ତିକ, ନନ୍ଦୀ, ଭୃଙ୍ଗୀ ଶୋଭା ପାଉଥିବା ଦେଖିବାକୁ ମିଳିଥିବା ବେଳେ ଦଶାନନ ରାବଣ ବିଂଶତିକରରେ ଶିବ ପାର୍ବତୀ ଓ ଶିବଗଣ ବସିଥିବା କୈଳାସ ପର୍ବତକୁ ଟେକି ଧରିଛି। ତେବେ ସବୁଠୁ ଆଶ୍ଚର୍ୟ୍ୟର କଥା ପ୍ରଥମ ଥର ଏହି ବିରଳ ମୂର୍ତ୍ତି ମିଳିଥିବା ବେଳେ ଏହାର ସୁରକ୍ଷା ସଂରକ୍ଷଣ ପାଇଁ ମାୟାଧର ଓ ତାଙ୍କ ପରିବାର ଷୋଳମପୁର ସଂଗ୍ରହାଳୟକୁ ହସ୍ତାନ୍ତର କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories