ଢେଙ୍କିକୋଟରେ ଶ୍ୟାମାକାଳୀ ପୂଜା, ପାଟଣାରେ ଜମୁଛି କାଳୀ ପୂଜା
ପାଟଣା : ଢ଼େଙ୍କିକୋଟ କାଳୀପୂଜା କମିଟି ପକ୍ଷରୁ ଶ୍ୟାମାକାଳୀ ପୂଜା ଗତରାତି ଯଥା ବିଧି ଅନୁଷ୍ଠିତ ହୋଇଛି । ସ୍ଥାୟୀ ଗୃହରେ ଆକର୍ଷଣୀୟ ମଣ୍ଡପରେ ମା’ଙ୍କ ମୂର୍ତ୍ତି ଶୋଭା ପାଉଥିବାବେଳେ କର୍ତ୍ତା ବିଜୟ କୁମାର ମଣ୍ଡଳଙ୍କ ଉପସ୍ଥିତିରେ ପୂଜକ ଭାବେ ସର୍ବଶ୍ରୀ ଶ୍ରୀକାନ୍ତ ପଣ୍ଡା, ମନୋରଞ୍ଜନ କର ଓ ରଣଜିତ ଦାଶ ମା’ଙ୍କ ପୂଜା ଯଥା ବିଧିରେ ସମ୍ପାଦନ କରିଥିଲେ। କମିଟିର ସଭାପତି ସୁରେଶ ମଣ୍ଡଳ, ସମ୍ପାଦକ ବିଜୟ କୁମାର ମଣ୍ଡଳ, ଦେବାନନ୍ଦ ମଣ୍ଡଳ, ଜଗବନ୍ଧୁ ନାୟକ,ସାତ୍ବକି ଗିରି, ପଦ୍ମନ ମଲ୍ଲିକ, ନିରଞ୍ଜନ ଗିରି, ରଣଜିତ ମଣ୍ଡଳ, ଲିପୁନ ମଣ୍ଡଳ ପ୍ରମୁଖ ଯୋଗଦେଇଥିଲେ। ପୂଜାପାଇଁ ଆକର୍ଷଣୀୟ ତୋରଣ ଓ ଆଲୋକ ମେଳାର ବଜାର ଅଞ୍ଚଳର ସାଜସଜା କରାଯାଇଥିବାବେଳେ ସୋମବାର ଭଜନ ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଉଛି।
କେନ୍ଦୁଝର ଜିଲା ପାଟଣା ବଣିଜ ସଂଘ ପକ୍ଷରୁ କାଳୀ ପୂଜା ଧୁମଧାମରେ ଚଳିତ ପାଳନ କରାଯାଉଛି। ପାଟଣା ବଣିକ ସଂଘ ସଭାପତି ବୁଲୁ ଭଞ୍ଜଙ୍କ ସହ ପ୍ରଦୀପ ବେହେରା, ଅଜୟ କୁମାର ବେହେରା, ରାଜା ନାୟକ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ମା’ କାଳୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ମେଢ଼ ତୋରଣ, ବିଦ୍ୟୁତ ଆଲୋକ ମାଳାରେ ବଜାର ଅଞ୍ଚଳ ଝଲସୁଛି। ମା’ଙ୍କ ପୂଜା ନୀତିକାନ୍ତି ରବିବାର ରାତି ଆରମ୍ଭ ହୋଇଥିଲା। ଏହି ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ଲୋକନାଥ ବେହେରା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୁଜାବିଧିକୁ ପୂଜକ ଭାବେ ପଣ୍ଡିତ ରବୀନ୍ଦ୍ର କୁମାର ପାଣି ପୂଜା କାର୍ଯ୍ୟ ଓ ଚଣ୍ଡୀପାଠକୁ ଆଗେଇ ନେଇଥିଲେ। ଏହି ପୂଜାରେ ବଣିକ ସଂଘର ଉପଦେଷ୍ଟା ଅଜୟ କୁମାର ଦାଶଙ୍କ ସହ ଭରତ ମହାନ୍ତ,ଅଜିତ କୁମାର ବେହେରା,ରୁଷିନ୍ଦ୍ର ବେହେରା,କେଦାରନାଥ ସାହୁ, ସହଦେଵ ବେହେରା, ସଞ୍ଜୟ କୁମାର ଭଞ୍ଜ, ଦଶରଥ ଦାଶ, ଅଜୟ କୁମାର ଦାସ, ଲିପୁ ସେଠୀ, ମୁରଲୀ ବେହେରା, ବିଷ୍ଣୁ ବେହେରା, ଶଶି ବେହେରା, ଡବ୍ଲ୍ୟୁ. ଆନସାରୀ ଓ ଅର୍ଜୁନ ମହାନ୍ତ ପ୍ରମୁଖ ପୂଜା କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ବ ସମ୍ପାଦନ କରିଥିଲେ।
Comments are closed.