www.samajalive.in
Monday, December 15, 2025
24.1 C
Bhubaneswar

ମହିଳାଙ୍କ ବିରୋଧରେ ଅପରାଧ ସମ୍ପର୍କିତ ସଚେତନତା କର୍ମଶାଳା

ଫୁଲବାଣୀ: ସମାଜରେ ମହିଳା ମାନଙ୍କ ବିରୋଧରେ ହେଉଥିବା ବିଭିନ୍ନ ପ୍ରକାର ଅପରାଧ ଓ ଏହାର ପ୍ରତିକାର ସମ୍ପର୍କରେ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଛି। ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟ ଠାରେ ଆୟୋଜିତ କର୍ମଶାଳାରେ ଫୁଲବାଣୀ, ବାଲିଗୁଡା,ଖଜୁରୀପଡା, ଚକାପାଦ ବ୍ଲକର ସିଆରପି, ଆଇନ ସେବା ସ୍ବେଚ୍ଛାସେବୀ, ମହିଳା ସହାୟତା କେନ୍ଦ୍ର ଓ ଜୀବିକା ମିଶନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ପଞ୍ଚାୟତ ସ୍ତରରେ କିଭଳି ମହିଳା ବିରୋଧୀ ଅପରାଧକୁ ପ୍ରତିହତ କରାଯାଇ ପାରିବ ସେ ନେଇ ପରାମର୍ଶ ଦିଆ ଯାଇଥିଲା। ଜିଲ୍ଲା ପୁଲିସର ମହିଳା ସହାୟତା ୟୁନିଟ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି ଡିଏସପି କମଳ କୁମାର ପଣ୍ଡା ଉପସ୍ଥିତ ମହିଳା ମାନଙ୍କୁ ଏ ନେଇ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେବା ସହ ଏହାକୁ ଗ୍ରାମାଞ୍ଚଳ ସ୍ତରରେ ଲାଗୁ କରିବା ପାଇଁ ଉତ୍ସାହିତ କରିଥିଲେ। କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମହିଳା ସହାୟତା କେନ୍ଦ୍ରର କଳ୍ପନା ମହାନ୍ତି, ବ୍ଲକ ସଂଯୋଜକ ରୀତା ବଗର୍ତ୍ତି, ଜୀବିକା ମିଶନର ପ୍ରକଳ୍ପ ନିର୍ଦେଶକ ସୁପ୍ରଭା ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories