ଫୁଲବାଣୀ: କନ୍ଧମାଳ ଜିଲା ରତଙ୍ଗ ପଞ୍ଚାୟତ କାର୍ୟ୍ୟାଳୟ ସଭାଗୃହ ରେ ଓଡିଶା ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ ହୋଇଛି। ଫିରିଙ୍ଗିଆ ବ୍ଲକ ମୁଖ୍ୟ ଉପଦେଷ୍ଟା ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ଥରୀୟ ବୈଠକରେ ରାଜ୍ୟ ସଂଘ ସହ ସମ୍ପାଦକ ସନାତନ ପ୍ରଧାନ, ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ମଲିକ, ଜିଲ୍ଲା ସହ ସମ୍ପାଦକ କଂସ ଦିଗାଲ, ଉପସଭାପତି ପ୍ରମୋଦ କୁମାର, କୋଷାଧକ୍ଷ ନଳ ବେହେରା ଉପଦେଷ୍ଟା ଭାବା ନନ୍ଦ କହଁର, କୋଟଗଡ ବ୍ଲକ ସଭାପତି ଦାଉଦ ନାୟକ, ରାଇକିଆ ବ୍ଲକ ସଭାପତି ବୈଦ୍ୟନାଥ ପ୍ରଧାନଙ୍କ ସହ ସମସ୍ତ ବ୍ଲକର ସଭାପତି ସମ୍ପାଦକ ଓ ସଦସ୍ୟ ମାନେ ଯୋଗ ଦେଇଥିଲେ। ବୈଠକରେ କାର୍ୟ୍ୟ ଆରମ୍ଭରୁ ଆଜି ପର୍ୟ୍ୟନ୍ତ କମ ପାରିଶ୍ରମିକରେ ପଞ୍ଚାୟତ କାର୍ୟ୍ୟାଳୟର ସମସ୍ତ କାମ କରୁଥିବା ବେଳେ ଯାହା ମିଳୁଛି ପରିବାର ଚଳିବା କଷ୍ଟ ହୋଇ ପଡ଼ିଥିବା ବେଳେ ଦିନକୁ ଦିନ ଦର ଦାମ ବୃଦ୍ଧି ଯୋଗୁଁ ସମସ୍ୟା ବଢ଼ିବାରେ ଲାଗିଛି। ତେବେ ଦୀର୍ଘ ଦିନ ଧରି ସରକାରଙ୍କୁ ୮ ଦଫା ଦାବୀକୁ ନେଇ ଜଣାଇ ବାରମ୍ବାର ବୈଠକ ରାଲି କରିଥିଲେ ମଧ୍ୟ କୌଣସି ସଫଳ ହୋଇପାରିନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ରାଜ୍ୟ ସରକାର ଓଡିଶା ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ର ଦାବୀ ସ୍ଥାୟୀ ନିଯୁକ୍ତି ନିୟମିତ ଦରମା, ସମାନ କାମକୁ ସମାନ ଦରମା ଭଳି ୮ ଦଫା ଦାବୀକୁ ପୂରଣ ନ କଲେ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ତରଫରୁ ସୂଚନା ମିଳୁଛି।
Popular Categories



