ମଣ୍ଡପରେ ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା
![](https://samajalive.in/wp-content/uploads/2023/10/duga-650x430.jpg)
ବୌଦ୍ଧ: ବୌଦ୍ଧ ଜିଲାର ବିଭିନ୍ନ ଦୂର୍ଗାପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମହାସପ୍ତମୀ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଏହାସହିତ ମା’ ଦୁର୍ଗାଙ୍କ ପୂଜା ପାଇଁ ସାରା ଜିଲା ଉତ୍ସବ ମୁଖର ହୋଇପଡିଛି। ବୌଦ୍ଧ ସହରର ମାଳିସାହି ଦୁର୍ଗାମଣ୍ଡପରେ ମା’ ଙ୍କ ନବରାତ୍ର ପୂଜା ଚାଲିଥିବା ବେଳେ ପୂରାତନ ପୀଠ ଗାନ୍ଧୀଛକ,ପୋଡାପଡା ଓ କେଉଟସାହି, ପୁରୁଣା ବ୍ଲକ ଛକ ଆଦି ପୂଜା ମଣ୍ଡପ ଗୁଡିକରେ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ପୂଜା ମଣ୍ଡପ ଗୁଡିକରେ ଆର୍କଷଣୀୟ ତୋରଣ କରାଯାଇଥିବା ବେଳେ ସୁନ୍ଦର ଆଲୋକ ମାଳରେ ଝଲସି ଉଠିପଡିଛି। ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
Comments are closed.