ଯାଞ୍ଚ ବେଳେ ବାଇକ ଛାଡ଼ି ଚମ୍ପଟ ମାରିଲେ ଦୁଇ ବାଇକ ଆରୋହୀ
କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସ୍ଥାନୀୟ ଥାନା ପକ୍ଷରୁ ସନ୍ଦେହରେ ଚୋରି ବାଇକ ଜବତ କଲା ପୁଲିସ। ତେବେ ଘଟଣା ସ୍ଥଳରୁ ଦୁଇ ଲୁଟେରା ଫେରାର ହୋଇଥିବା ଜଣାପଡିଛି। ଆଜି ସ୍ଥାନୀୟ ପୁଲିସ ଏସ ଆଇ ଶିବ ପ୍ରସାଦ ସାହୁ ସମେତ ଏକ ଦଳ ପାଟ୍ରୋଲିଂ ସମୟରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ନିକଟରେ ବିପରୀତ ଦିଗରୁ ନମ୍ବର ବିହୀନ ଲାଲ ରଙ୍ଗର ବାଇକକୁ ଧରି ଆସୁଥିବାବେଳେ ପୁଲିସ ଯାଞ୍ଚ ପାଇଁ ଅଟକ ରଖିଥିଲା। ତେବେ ଦୁଇଜଣ ବାଇକ ଆରୋହୀ ବାଇକ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଗୋଡ଼ାଇଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ସଫଳ ହୋଇନଥିଲା।
Comments are closed.