ବରମୁଣ୍ଡା ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ଘଟଣା, ୨୭ ବର୍ଷ ପରେ ଆସିଲା ରାୟ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାର ରାୟ ଦୀର୍ଘ ୨୭ ବର୍ଷ ପରେ ଆସିଛି। ବରମୁଣ୍ଡାରେ ୧୯୯୬ ମସିହା ଜୁଲାଇ ୧୧ ତାରିଖରେ ଘଟିଥିଲା ଏହି ଟ୍ରିପଲ ମର୍ଡର। ପୂର୍ବ ଶତ୍ରୁତାକୁ ନେଇ ୩ ଜଣଙ୍କୁ ହାଣି ହତ୍ୟା କରାଯାଇଥିଲା। ବିଶ୍ବଜିତ ନାୟକ, ଦିଲ୍ଲୀପ ବି.ରାୟ, ସାରଦା ରଥଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଦୋଷୀ ୩ଜଣଙ୍କୁ ଆଜୀବନ ସଜ୍ଜା ହୋଇଛି। ଭୁବନେଶ୍ବର ଏଡିଜେ ୨ ଦୋଷୀ ଚିତ୍ତରଞ୍ଜନ, ରୁଦ୍ର ନାରାୟଣ ଓ ଜିତୁଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି। ତେବେ ଘଟଣାର ଚତୁର୍ଥ ଅଭିଯୁକ୍ତଙ୍କ ଇତି ମଧ୍ୟରେ ମୃତ୍ୟୁ ହୋଇସାରିଛି।

Comments are closed.