www.samajalive.in
Tuesday, December 9, 2025
26.1 C
Bhubaneswar

୨୬/୧୧ଆକ୍ରମଣକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନେଇ ପାକିସ୍ତାନ ନିଜ ପ୍ରତିଶ୍ରୁତି ପାଳନ କରୁ : ସୁଷମା

ନୂଆଦିଲ୍ଲୀ :୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ଉପରେ କଟକଣା ଲାଗୁ କରିବାକୁ ପାକିସ୍ତାନ ଦେଇଥିବା ପ୍ରତିଶ୍ରୁତିର ପୂରଣ କରିବା ଉଚିତ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି। ଅନ୍ୟପକ୍ଷରେ ଲସ୍କର-ଇ-ତୋଇବା ଓ ତାହା ସହ ସଂପର୍କ ରଖିଥିବା ଗୋଷ୍ଠୀଗୁଡ଼ିକ ବିରୁଦ୍ଧରେ ପଦକ୍ଷେପ ନେବାକୁ ଜାତିସଂଘ ନିରାପତ୍ତା ପରିଷଦର ନିର୍ଦ୍ଦେଶକୁ ପାଳନ କରିବାକୁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ପାକିସ୍ତାନକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ପମ୍ପିଓ ଦେଇଥିବା ଏହି ମନ୍ତବ୍ୟକୁ ଶ୍ରୀମତୀ ସ୍ୱରାଜ ସ୍ୱାଗତ କରିଛନ୍ତି। ତେଣୁ ଆନ୍ତର୍ଜାତିକ ସମୁଦାୟର ଆହ୍ୱାନକୁ ଗ୍ରହଣ କରି ପାକିସ୍ତାନ, ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ସହ ଜଡ଼ିତ ବ୍ୟକ୍ତି ଓ ଗୋଷ୍ଠୀଗୁଡ଼ିକୁ ଦଣ୍ଡବିଧାନ କରିବାରେ ପାକିସ୍ତାନ ତା’ର ପ୍ରତିଶ୍ରୁତି ପୂରଣ କରିବା ଉଚିତ ବୋଲି ଶ୍ରୀମତୀ ସ୍ୱରାଜ କହିଛନ୍ତି। ଅନ୍ୟପକ୍ଷରେ ମୁମ୍ବଇ ଆକ୍ରମଣ ସହ ଜଡ଼ିତ ବ୍ୟକ୍ତି ଓ ଗୋଷ୍ଠୀଙ୍କୁ ଧରାଇ ଦେଲେ ୫ ନିୟୁତ ଡଲାର ପୁରସ୍କାର ଦେବାକୁ ଆମେରିକା ଘୋଷଣା କରିଛି।
ତେବେ ବେଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ୨୦୦୮ ନଭେମ୍ବର ୨୬ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନରେ ଯୋଜନା କରାଯାଇଥିଲା ଓ ପାକିସ୍ତାନରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଶହିଦ ପୁଲିସ କର୍ମଚାରୀ ଓ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କୁ ନ୍ୟାୟ ଦେବାକୁ ବୈଦେଶିକ ମନ୍ତ୍ରଣାଳୟ ତା’ର ଉଦ୍ୟମ ଜାରି ରଖିଥିବା ଦୋହରାଇଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories