ଉନ୍ନତ ମାନର ଜିଆ ଖତ ଓ ଜିଆ ଜଳ ପ୍ରସ୍ତୁତି ଉପାରେ ଦୁଇଦିନିଆ ତାଲିମ୍ ଶିବିର

ଜି ଉଦୟଗିରି: ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଦୁଇଦିନିଆ ଉନ୍ନତ ମାନର ଜିଆ ଖତ ଓ ଜିଆ ଜଳ ପ୍ରସ୍ତୁତି ଉପରେ ଗ୍ରାମୀଣ ଯୁବକମାନଙ୍କ ପାଇଁ ଏକ ତାଲିମ୍ ଶିବିର ଶୁଭାରମ୍ଭ ହୋଇଯାଇଛି। ଆୟୋଜିତ ତାଲିମ୍ ଶିବିରରେ ବୈଜ୍ଞାନିକ ଡଃ ସୁଜିତ୍ କୁମାର ମୁଖୀ ଉନ୍ନତ ମାନର ଜିଆ ଖତପ୍ରସ୍ତୁତି,ଜିଆ ଖତର ଉପକାରିତା, ଉତ୍ପାଦନ ପଦ୍ଧତି, ଜିଆ ପାଳନ ଓ ଜିଆ ଜଳ ପ୍ରସ୍ତୁତି ଉପରେ ତାଲିମ୍ ପ୍ରଦାନ କରିଥିଲେ। ଉକ୍ତ ତାଲିମ୍ ଶିବିରରେ ଟିକାବାଲି ଓ ଜି ଉଦୟଗିରି ବ୍ଳକର ୨୫ ଜଣ ଗ୍ରାମୀଣ ଯୁବକ ଯୋଗଦେଇଥଲେ। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ନାରାୟନ ବାର୍ ଜିଆ ଖତର ଉତ୍ପାଦନ ଉପରେ ବିଭିନ୍ନ ଯୋଜନା ମାଧ୍ୟମରେ ଯୋଡ଼ି ହୋଇ ଜିଆ ଖତ ର ପ୍ରସାର ଉପରେ ଆଲୋକପାତ କରିଥିଲେ। ଉକ୍ତ ତାଲିମ୍ ଶିବିରରେ କୃଷି ବିଜ୍ଞାନ କେନ୍ଦ୍ର ପରିସର ରେ ଥିବା ବିଭିନ୍ନ ଜିଆ ଖତ ୟୁନିଟ ବୁଲି ଦେଖିବା ସହ ଜିଆ ଖତ ତାଲିମ୍ ସମ୍ପର୍କିତ ଏକ ପୁସ୍ତିକା ପ୍ରଦାନ କରାଯାଇଥିଲା।

Comments are closed.