www.samajalive.in
Monday, December 15, 2025
24.1 C
Bhubaneswar

ରାତିରେ ନିଆଁ ଲାଗି ଜଳିଗଲା ବାଇକ ଓ କାର

ଚାନ୍ଦିପୁଟ:ରାତି ଅଧିଆ ନିଆଁ ଲାଗି ଜଳିଗଲା ଏକ କାର ସହ ଗୋଟିଏ ବୁଲେଟ ଓ ସ୍କୁଟି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ହାଟପଦା ନିକଟସ୍ଥ ଜାତୀୟ ରାଜପଥ ରାସ୍ତା ପାର୍ଶ୍ବରେ ଥିବା ଏକ ଘର ସାମ୍ନାରେ ରଖାଯାଇଥିବା ତିନୋଟି ଗାଡିରେ ନିଆଁ ଲାଗି ଜଳିଯାଇଥିଲା। ଏହା ସହ ଘରର କବାଟ, ଝରକା, ବିଦ୍ୟୁତ୍ ମିଟର ମଧ୍ୟ ପୋଡିଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।ରାତିରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ। ଏ ନେଇ ମୋହନା ଥାନାରେ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଜାରି ରହିଛି। ଘଟଣା ସ୍ଥଳରେ ରା ଉଦୟଗିରି ଏସଡିଓ ଅଶ୍ବିନୀ କୁମାର ନାୟକ ପରିଦର୍ଶନ ସହ ତଦନ୍ତକୁ ଜୋରଦାର କରିଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories